ଉନ୍ନାଓ ପୀଡିତା ଓ ତାଙ୍କ ପରିବାରଙ୍କୁ ସିବିଆଇ ଦେଇଥିବା ସୁରକ୍ଷା ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
Khabar Odisha:national-odisha-supreme-court-seek-status-report-from-cbi-on-ensuring-security-to-victim-her-family-and-witness
ନୂଆଦିଲ୍ଲୀ, ଅଗଷ୍ଟ ୦୬ (ଖବର ଓଡିଶା):

ବହୁ ଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାର ଶୁଣାଣୀ ଏବେ ସୁପ୍ରିମକୋର୍ଟ କରୁଛନ୍ତି । ଉଚ୍ଚତମ ନ୍ୟାୟାଳୟ ଉନ୍ନାଓ ବଳାତ୍କାର କାଣ୍ଡର ପୀଡିତା ଓ ତାଙ୍କର ପରିବାରଙ୍କୁ ସିବିଆଇ ଦ୍ୱାରା ଯୋଗେଇ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ରିପୋର୍ଟ ମାଗିଛନ୍ତି । ପୀଡିତା ଓ ତାଙ୍କ ପରିବାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଛି । ପୀଡିତାଙ୍କର ଓକିଲଙ୍କୁ ମଧ୍ୟ ଲକ୍ଷ୍ନୌରୁ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାର ଟ୍ରୋମା ସେଣ୍ଟରରେ ସ୍ଥାନାନ୍ତରିତ କରାଯାଇଛି । 

ସୂଚନାନୁଯାୟୀ, ଉନ୍ନାଓ ଗଣଦୁଷ୍କର୍ମର ପୀଡିତାଙ୍କୁ ଗତକାଲି କଡା ସୁରକ୍ଷା ମଧ୍ୟରେ ଏୟାରଲିପ୍ଟ କରି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଛି । ଏହାପରେ ମଙ୍ଗଳବାର ପୀଡିତାଙ୍କ ଓକିଲଙ୍କୁ ଏୟାରଲିପ୍ଟ କରାଯାଇଥିଲା । କେଜିଏମୟୁର ପ୍ରଭାରୀ କହିଛନ୍ତି କି, ଓକିଲ ଏବେ ଡିପ କୋମାରେ ଅଛନ୍ତି । ତାଙ୍କୁ ଡାକ୍ତରଙ୍କ ନିଘାରେ ରଖାଯାଇଛି । 

ଏୟରୋମେଡ ଇଣ୍ଟରନ୍ୟାସନାଲ ରେସକ୍ୟୁ ସର୍ଭିସ୍ର ନିର୍ଦ୍ଦେଶକ ଡଃ ମନୀଷ ଅଗ୍ରୱାଲ କହିଛନ୍ତି କି, ପୀଡିତା ଏବଂ ଓକିଲ ଦୁହିଁଙ୍କୁ ଏୟାରଲିପ୍ଟ କରାଯାଇ ଏମ୍ସ ନିଆଯାଇଛି । କିନ୍ତୁ ଏୟାର ଆମ୍ବୁଲାନ୍ସରେ ଗୋଟିଏ ଥର ଜଣଙ୍କୁ ସ୍ଥାନାନ୍ତରିତ କରାଯିବ । ଏହି କାରଣରୁ ଓକିଲଙ୍କ ପରେ ନିଆଯାଇଛି । 

Subscribe

National International State Sports Entertainment