ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଦିନ ଦ୍ୱିପ୍ରହରେର ଫୁଟିଛି ଗୁଳି । ଝାରସୁଗୁଡ଼ା ଥାନା ଶାନ୍ତିନଗର ଅଞ୍ଚଳରେ ଆଜି ଅପରାହ୍ନରେ ଜଣେ ଯୁବକଙ୍କ ଘରେ ପଶି ଗୁଳି ମାଡ଼ କରାଯାଇଛି । ଗୁଳିମାଡ଼ରେ ଯୁବକ ରାକେଶ ଓରାମ ଗୁରୁତର ହୋଇଛନ୍ତି । ରାକେଶଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ, ତାଙ୍କର ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳି ମାଡ଼ ହୋଇଥିବା ଜଣାପଡ଼ିଛି ।
ରାକେଶଙ୍କ ମାଆ ମୀନା ଓରାମଙ୍କ କହିବା ମୁତାବକ, ପୂର୍ବରୁ ଦୁଇ ରାକେଶ ଓରାମଙ୍କର ରାଜା ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଅଭିଯୁକ୍ତ ଜଣକ ପୂର୍ବରୁ ଜେଲରେ ଥିଲା । ଜେଲରୁ ଆସିବା ପରେ ଥାନାକୁ ମଧ୍ୟ ଯାଇଥିଲା । ଏହା ପରେ ଗତକାଲି ଦୁଇ ଜଣଙ୍କ ମଧ୍ୟରେ ପୁଣି ପାଟି ତୁଣ୍ଡ ହୋଇଥିଲା । କିନ୍ତୁ ଆଜି ଦିନ ପ୍ରାୟ ଅଢ଼େଇଟା ସମୟରେ ରାକେଶଙ୍କ ଘର ଭିତରେ ପଶି ରାଜା ଅତର୍କିତ ଫାୟାରିଂ କରିଥିଲା । ସେ ଦୁଇଟି ଗୁଳି ଫୁଟାଇଥିବାବେଳେ ଗୁଳିଟି ରାକେଶଙ୍କ କାନ୍ଧରେ ବାଜି ବାହାରି ଯାଇଥିଲା । ଏହା ପରେ ସେ ଘଟଣା ସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଥିଲା ।
ତେବେ ଘର ପାଖ ରାକେଶଙ୍କ ପରିବାର ଲୋକ ଓ ପଡ଼ୋଶୀ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।