କଟକ: ରାତି ଅଧରେ ସମିତି ସଭ୍ୟାଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । କଟକ ଜିଲ୍ଲା ମହାଙ୍ଗା ନିର୍ବାଚନମଣ୍ଡଳୀ ପଡ଼ାମରାଇ ପଞ୍ଚାୟତର ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀଙ୍କୁ କିଛି ଦୁର୍ବୃତ୍ତ ଶନିବାର ବିଳମ୍ବିତ ରାତିରେ ଘରେ ପଶି ଆକ୍ରମଣ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।
ସୋନାଲି ପ୍ରିୟଦର୍ଶିନୀ ରାଉତ ବିଜେଡି ସମର୍ଥିତ ସମିତି ସଭ୍ୟା । ମାହାଙ୍ଗା ଉମର ପଞ୍ଚାୟତରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀ ଭଙ୍ଗା ଘଟଣାରେ ପ୍ରତାପ ଜେନାଙ୍କ ନେତୃତ୍ୱରେ ହୋଇଥିବା ପ୍ରତିବାଦ ସଭାରେ ସୋନାଲି ଯୋଗ ଦେଇଥିଲେ । ସ୍ଥାନୀୟ ବିଧାୟକଙ୍କ ସମର୍ଥକମାନେ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସମିତି ସଭ୍ୟାଙ୍କ ପରିବାର ଲୋକ ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ତାଙ୍କ ଦେଢ଼ଶୂର ଏବଂ ପୁତୁରା କୁଆଡ଼େ ଆକ୍ରମଣକାରୀଙ୍କ ସାମିଲ ଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇ ନାହିଁ । ଭଦରେଶ୍ୱର ପୋଲିସ ଖବର ଗାଁରେ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛି ।