ଖୋର୍ଦ୍ଧା: ମଧ୍ୟରାତ୍ରୀରେ ବୋମାମାଡ଼, ସ୍ୱାମୀ-ସ୍ତ୍ରୀ ସମେତ ୩ ଜଣ ଗୁରୁତର
Khabar Odisha:State-crime-Three-injured-including-husband-and-wife-in-Khordhas-Baghmari-in-bomb-blast

ଭୁବନେଶ୍ୱର, ମେ ୨୬ (ଖବର ଓଡ଼ିଶା): ମଧ୍ୟରାତ୍ରୀରେ ବୋମାମାଡ଼ ହୋଇଛି । ଏଥିରେ ସ୍ୱାମୀ-ସ୍ତ୍ରୀ ସମେତ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଲୁଟ ପାଇଁ ଯୋଜନା କରିଥିବା ଦୁର୍ବୃତ୍ତମାନେ ଏହି କାମ କରିଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ଥାନା ଅନ୍ତର୍ଗତ ଭୋଗଡ଼ା ଗ୍ରାମରେ ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । 

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ ୮ରୁ ଦଶ ଜଣ ଦୁର୍ବୃତ୍ତ ଭୋଗଡ଼ା ଗ୍ରାମକୁ ମଧ୍ୟ ରାତ୍ରୀରେ ପହଞ୍ଚିଥିଲେ । ସେମାନେ ଯୋଜନାବଦ୍ଧ ଭାବେ ବୋମା ବିସ୍ଫୋରଣ କରି ଲୋକଙ୍କୁ ଭୟଭୀତ କରିଥିଲେ । ଏହା ପରେ ଗ୍ରାମର ଜଣଙ୍କ ଘରୁ ଲୁଟ କରିଥିଲେ । ତେବେ ବୋମାମାଡ଼ରେ ଗୋଟିଏ ପରିବାର ୩ ଜଣ ସଦସ୍ୟ ଗୁରୁତର ହୋଇଥିବା ଜଣାଯାଇଛି । ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ପାଇଁ ବାଘମାରୀ ପୋଲିସ ଭଗୋଡ଼ା ଗାଁକୁ ପହଞ୍ଚିଛି । ପୋଲିସ ଘଟଣାର ଛାନଭିନ କରୁଛି । 

 

  • Tags:

Subscribe

National International State Sports Entertainment