ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ: ଜ୍ୱାଇଁର ଆକ୍ରମଣରେ ଶ୍ୱଶୁର ମୃତ, ମା-ଝିଅ ଗୁରୁତର
Khabar Odisha:Son-in-laws-mad-case-at-father-in-laws-house-Father-in-law-killed-in-attack-by-son-in-law-mother-daughter-critically-injured
ବାଲେଶ୍ୱର, ଅଗଷ୍ଟ ୧୬(ଖବର ଓଡିଶା):

ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ । ଭୁଜାଲିରେ ଶାଶୁ, ଶ୍ୱଶୁର ଓ ଶାଳିକୁ ଗୋଡାଇ ଗୋଡାଇ ହାଣିଛି ଜ୍ୱାଇଁ । ଫଳରେ ଶ୍ୱଶୁରଙ୍କର ମୃତ୍ୟୁ ହୋଇଛି । ଶାଳି ଓ ଶାଶୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା କୁଶୁଡା ଗାଁରେ । 

ସୂଚନା ଅନୁସାରେ, ମଙ୍ଗଳବାର ମଧ୍ୟାହ୍ନରେ ସୁଶାନ୍ତ ମହୁରୀଙ୍କ ଜ୍ୱାଇଁ ଶ୍ୱଶୁରଙ୍କ ଘରେ ପହଞ୍ଚିଥିଲେ । ପରେ ଧାରିଆ ଅସ୍ତ୍ରରେ ଶାସୁଙ୍କୁ ଆକ୍ରମଣ କରିଥିଲେ । ନିଜ ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ସୁଶାନ୍ତଙ୍କ ଆଗକୁ ଯାଇଥିଲେ । ପରେ ସୁଶାନ୍ତଙ୍କ ବେକକୁ ଜ୍ୱାଇଁ ଆକ୍ରମଣ କରିଥିଲେ । 

ଏହାସହିତ ସୁଶାନ୍ତଙ୍କ ଝିଅ ମଧ୍ୟ ଏହି ଆକ୍ରମଣର ଶୀକାର ହୋଇଥିଲେ । ପରେ ଆହତ ୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment