ଦିନ ଦ୍ୱିପହରରେ ଗୁଳିମାଡ: ଅଭିଯୁକ୍ତ ଫେରାର, ଜଣେ ଗୁରୁତର ଅବସ୍ଥାରେ ଏମ୍‌ସରେ ଭର୍ତ୍ତି
Khabar Odisha:Shooting-at-noon-Defendant-returned-admitted-to-AIIMS-in-critical-condition
ଖୋର୍ଦ୍ଧା, ଅକ୍ଟୋବର ୧୫(ଖବର ଓଡିଶା):

ଦିନ ଦ୍ୱିପହରରେ ଫୁଟିଲା ଗୁଳି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଦିନ ଦ୍ୱିପହରରେ ଗୁଳିମାଡ ହୋଇଛି । ଏହି ମାଡରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି । ଭକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ବିଭୂତି ଭୂଷଣ ଜେନା । 

ତାଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁସାରେ, ବିଭୂତିଙ୍କର ତଳି ପେଟର ଗୁଳି ବାଜିଛି । ତେବେ ପାରିବାରିକ ଗଣ୍ଡଗୋଳରୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି । 

ସେପଟେ ଖୋର୍ଦ୍ଧା ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପ୍ରସନ୍ନ ନାୟକ ବୋଲି ଜଣେ ବ୍ୟକ୍ତି ଗୁଳିମାଡ କରିଥିବା ସୂଚନା ମିଳିଛି । ପ୍ରସନ୍ନ ହେଉଛନ୍ତି ଜଣେ ପୂର୍ବତନ ସାମରିକ କର୍ମଚାରୀ ଅଟନ୍ତି । ମାତ୍ର ଗୁଳିମାଡ କରି ଅଭିଯୁକ୍ତ ଫେରାର ହୋଇଯାଇଛି । ସେହିପରି ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

  • Tags:

Subscribe

National International State Sports Entertainment