ଧୀରେ ଧୀରେ ଇଡି ଖୋଲୁଛି ନାଗ ପେଡି । ହନି ଟ୍ରାପ୍ କୁଇନ ଅର୍ଚ୍ଚନା ନାଗ ର ସାତ ଦିନିଆ ରିମାଣ୍ଡର ଆଜି ଦ୍ଵିତୀୟ ଦିନ ଥିଲାବେଳେ ପୁଣି ଇଡିରେ ହାଜର ହୋଇଛନ୍ତି ସହଯୋଗୀ ରଞ୍ଜିତ ବେହେରା । ପୂର୍ବରୁ ରଞ୍ଜିତ କୁ ଇଡି 12 ଘଣ୍ଟା ମାରାଥନ ଜେରା କରିଥିଲା | ଅର୍ଚ୍ଚନାଙ୍କ ଘର କାମରେ ବଡବଡ଼ିଆ ଲୋକଙ୍କ ଟଙ୍କା ଲାଗିଥିବାର ଇଡି ସୂଚନା ପାଇଥିଲା। ଏନେଇ ତାଙ୍କୁ ଇଡିରେ ହାଜର ହେବା ପାଇଁ ନୋଟିସ କରାଯାଇଥିଲା। ଏଥିସହ ଗତକାଲି କୋର୍ଟ ରେ ହାଜର ହେବା ଆଗରୁ ମଧ୍ୟ ଗଣମାଧ୍ୟମ ଆଗରେ ଖୋଲାଖୋଲି ଚେତାବନୀ ଦେଇଥିଲେ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ କହିଥିଲେ ମତେ 30 ମିନିଟ୍ ସମୟ ଦିଅ ପ୍ରମାଣ ସହ ଏକ୍ସକ୍ଲୁସିଭ୍ ତଥ୍ୟ ଦେବି । ମୁଁ ମୁହଁ ଖୋଲିଲେ ରାଜ୍ୟ ପରିବର୍ତ୍ତନ ହେଇଯିବ ଇଡିର ତଦନ୍ତକୁ ମୁଁ ଅପେକ୍ଷା କରିଥିଲି । କୁଆଡ଼େ ଗଲା ଶ୍ରଦ୍ଧାଞ୍ଜଳି । 2 ଜଣ ମିଶି ପଣସ ଖାଇଲେ ଆଉ ଅଠା ମୋ’ ମୁଣ୍ଡରେ ବୋଳିଦେଲେ |
ସେପଟେ ଆଜି କୋର୍ଟରେ ହାଜର ହେବେ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ତେବେ ଆଜି ରଞ୍ଜିତ ଓ ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ଜେରା କରାଯିବାର ସମ୍ଭାବନା ରହିଛି । ଅର୍ଚ୍ଚନାଙ୍କ ଘରର ଇଂଟେରିଅର କାମ ପାଇଁ କେମିତି ଓ କେତେ ଟଙ୍କାର ଡିଲ୍ ହୋଇଥିଲା ସେ ଆଜି ତାଙ୍କୁ ଇଡି ଅଧିକାରୀମାନେ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରୁଛନ୍ତି। । ସେହିପରି ପୁରା ଘଟଣାକ୍ରମରେ ସାମିଲ ଥିବା ଏକାଧିକ ବ୍ୟକ୍ତିଙ୍କ ସହ ଅର୍ଚ୍ଚନାଙ୍କୁ ମୁହାଁମୁହିଁ ଜେରା କରିବା ସମ୍ଭାବନା ରହିଛି । ଅର୍ଚ୍ଚନା କାହା କାହାକୁ ବ୍ଲାକମେଲ କରିଛନ୍ତି । କେଉଁମାନେ ତାଙ୍କୁ ଟଙ୍କା ଦେଇଛନ୍ତି । ସେ ଉପରେ ଖୋଳତାଡ କରିବ ଇଡି । ଜଣେ ଓକିଲଙ୍କ ଉପସ୍ଥିତିରେ ଅର୍ଚ୍ଚନାଙ୍କୁ ଇଡି ଅଧିକାରୀ ପଚରାଉଚରା କରିବ ବୋଲି ସୂଚନା ମିଳିଛି ।