ଡିଜେ ‘ଆଜେକ୍ସ’ଙ୍କ ସୁଇସାଇଡ଼ ମିଷ୍ଟ୍ରିରେ ନୂଆ ମୋଡ଼, ଜିଜ୍ଞାସାଙ୍କୁ ଭଲ ପାଉଥିବା ବେଳେ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ ଅକ୍ଷୟ
Khabar Odisha:New-twist-in-DJ-Azex-death-case-police-to-probe-in-break-up-with-girlfriend-angle
ଖବର ଓଡିଶା : 22/03/2023

ଚାରିଦିନ ବିତିଲାଣି; କିନ୍ତୁ ଲୋକପ୍ରିୟ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାର ମହାରଣା ଆତ୍ମହତ୍ୟା ପଛରେ ରହିଥିବା ରହସ୍ୟ ହଟୁନି। ସେପଟେ କିନ୍ତୁ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ଘଟଣାରେ ଆସିଛି ନୂଆ ଟ୍ବିଷ୍ଟ। ଆଜେକ୍ସ ଜୀବନରେ ଥିଲେ ଆଉ ଜଣେ ବାନ୍ଧବୀ।ଆଜେକ୍ସ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ ବାନ୍ଧବୀ। ଆଜେକ୍ସଙ୍କ ମୃତ୍ୟୁର ୩ ଦିନ ପୂର୍ବରୁ ଆଜେକ୍ସଙ୍କ ସହ ସାମ୍ନାସାମ୍ନି ହୋଇଥିଲେ ଆଜେକ୍ସ ଜିଜ୍ଞାସା ଓ ତାଙ୍କର ଅନ୍ୟଜଣେ ପ୍ରେମିକା। ଆଜେକ୍ସ ଓ ଦ୍ଵିତୀୟ ବାନ୍ଧବୀଙ୍କ ସହିତ କନଫେରନ୍ସ କଲ ରେ କଥା ହୋଇ ମୁଖା ଖୋଲିଥିଲେ ଯୁବତୀ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଆତ୍ମହତ୍ୟାର ତିନି ପୂର୍ବରୁ ଆଜେକ୍ସଙ୍କ ସହ ବ୍ରେକଅପ ବା ଦୂରେଇ ଯିବାକୁ କହିଥିଲେ ବାନ୍ଧବୀ। ଯାହାକୁ ନେଇ ମାନସିକ ଚାପ ରେ ଥାଇ ଆଜେକ୍ସ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଧେହ କରୁଛି ପୁଲିସ। ଆତ୍ମହତ୍ୟା ପୂର୍ଵରୁ ପରସ୍ପର ପରସ୍ପରକୁ ସନ୍ଧେହ କରୁଥିଲେ।ପୋଲିସ ହାତରେ ଲାଗିଛି କନଫରେନ୍ସ କଲର ପ୍ରମାଣ । ସିଡିଆର, ଇନଷ୍ଟାଗ୍ରାମ ଓ ଯୁବତୀଙ୍କ ମୋବାଇଲକୁ ନେଇ ତନାଘନା କରୁଛି ପୋଲିସ । ଆଜେକ୍ସଙ୍କ ପରିବାର ଓ ଯୁବତୀଙ୍କ ବୟାନକୁ ନେଇ ତର୍ଜମା କରୁଛି  ପୋଲିସ । ତେବେ ବ୍ଲାକମେଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାନ୍ଧବୀ ।

Subscribe

National International State Sports Entertainment