ନୂଆଦିଲ୍ଲୀ, ଜୁନ୍ ୧୩ (ଖବର ଓଡ଼ିଶା): ପଂଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ମହାରାଷ୍ଟ୍ରର ପୁଣେ ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ବିଶ୍ନୋୟୀ ଗ୍ୟାଙ୍ଗର ସୁଟର ସନ୍ତୋଷ ଜାଧବକୁ ଗୁଜରାଟରୁ ଗିରଫ କରିଛି । ପୁଣେର ଗ୍ରାମାଞ୍ଚଳ ପୋଲିସର କ୍ରାଇମବ୍ରାଞ୍ଚ ସନ୍ତୋଷ ଜାଧବଙ୍କୁ ଗିରଫ କରିଛି । ସନ୍ତୋଷ ନାଁରେ ଏତଲା ହୋଇଥିଲା ।
ଜଣେ ପୋଲିସ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଲରେନ୍ସ ବିଶ୍ନୋୟୀ ଗ୍ୟାଙ୍ଗର ସଦସ୍ୟ ସନ୍ତୋଷ ଜାଧବକୁ ୨୦୨୧ର ମଂଚର ପୋଲିସ ଷ୍ଟେସନରେ ରୁଜୁ ହତ୍ୟା ମାମଲାରେ ଗିରଫ କରାଯାଇଛି । ସେ ଏକ ବର୍ଷ ହେବ ଫେରାର ଥିଲା । ଜଣେ ଅଧିକାରୀ କହିଛନ୍ତି ଯେ, ତା ସହିତ ଅନ୍ୟ ଜଣେ ସହଯୋଗୀ ସୂର୍ଯ୍ୟବଂଶୀକୁ ମଧ୍ୟ ଗିରଫ କରାଯାଇଛି ।
ପୁଣେ ଗ୍ରାମାଞ୍ଚଳ ଥାନା ତଦନ୍ତ କରିବାକୁ ଯାଇ ୨୦୨୧ ହତ୍ୟାକାଣ୍ଡ ପରେ ଜାଦବକୁ ସହଯୋଗ କରିଥିବା ଅଭିଯୁକ୍ତ ସିଦ୍ଧେଶ କାମ୍ବଲେ ଓରଫ ମହାକାଳକୁ ଗିରଫ କରିଛି । ପୁଣେ ପୋଲିସ ବିଶ୍ନୋୟୀ ଗ୍ୟାଙ୍ଗର ସଦସ୍ୟ ମହାକାଳକୁ ଗତ ସପ୍ତାହରେ ମକ୍ଟକ୍ଟ୍ରର ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ଗିରଫ କରିଛି ।