ଭୁବନେଶ୍ୱର, ଜାନୁଆରୀ ୧୭(ଖବର ଓଡିଶା):
ପୁଣି ଅଶାନ୍ତ ରାଜଧାନୀ । ପୁଣି ରାଜଧାନୀ ଭୁବନେଶ୍ୱରରେ ଛୁରାମାଡ ହୋଇଛି । ପାରିବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀ ଛୁରି ଭୁସିଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ବଙ୍ଗାଳି ବସ୍ତିରେ ଏଭଳି ଘଟଣା ଘଟିଥିବା ଜଣାପଡିଛି ।
ତେବେ ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଅଭିଯୁକ୍ତ ସ୍ୱାମୀ ଥାନାରେ ଅଟକ ରଖିଛି ପୋଲିସ । ଏହାସହିତ ଅଧିକ ଛାନଭିନ୍ ଜାରି ରଖିଛି ପୋଲିସ ।
ଦିନକୁ ଦିନ ଅଶାନ୍ତ ହୋଇପଡୁଛି ରାଜଧାନୀ ଭୁବନେଶ୍ୱର । ବର୍ଷ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ଅପରାଧ ହେଉଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ପୋଲିସ ପାଇଁ ଚିନ୍ତା ବଢିଯାଇଛି । ମାତ୍ର ରାଜଧାନୀବାସୀ ଅସୁରକ୍ଷିତ ମନେ କରୁଛନ୍ତି ।