ବଡ ଧରଣର କୃଷି ଔଷଧ ଚୋରିର ପର୍ଦ୍ଦାଫାଶ, ୧୮ ଲକ୍ଷ ଟଙ୍କାର ସାମଗ୍ରୀ ସହ ୨ ଗିରଫ
Khabar Odisha:Exposure-of-large-scale-pesticide-theft-2-arrests-with-goods-worth-Rs-18-lakh
ସମ୍ବଲପୁର, ନଭେମ୍ବର ୧୮(ଖବର ଓଡିଶା):

ବଡ ଧରଣର କୃଷି ଔଷଧ ଚୋରିର ପର୍ଦ୍ଦାଫାଶ କରାଯାଇଛି । ସମ୍ବଲପୁର ଅଇଁଠାପାଲି ପୋଲିସ ଏହାର ପର୍ଦ୍ଦାଫାଶ କରିଛି । ୧୮ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି ପୋଲିସ । ଏହାସହିତ ୨ ଜଣଙ୍କୁ ଗିରଫ ପୋଲିସ ଗିରଫ ମଧ୍ୟ କରିଛି । 

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ବିତେଶ କୁମାର ଅଗ୍ରୱାଲଙ୍କ ଗୋଦାମରୁ ଏହି ଔଷଧ ଚୋରି ହୋଇଥିଲା । ତେବେ ଏନେଇ ସେ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଚୋରି ହୋଇଥିବା ୨ ପେଟି ଔଷଧର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବା ବୋଲି ଅନୁମାନ କରାଯାଉଛି । 

ତେବେ ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ହେଲେ ଶ୍ୟାମ ପରିଡା ଓ ଗୋପାଳ ପରିଡା । ସେମାନଙ୍କ ପାଖରୁ ୨୮୦ ବୋତଲ ଔଷଧ ଜବତ କରିଛି ପୋଲିସ । ଏହାସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

  • Tags:

Subscribe

National International State Sports Entertainment