ଦୁଷ୍କର୍ମ ମାମଲା ଫେରାଇ ନ ନେବାରୁ ମହିଳାଙ୍କ ଉପରକୁ ଏସିଡ଼ ମାଡ଼ କଲେ ୪ ଯୁବକ
Khabar Odisha:Crime-UP-Four-people-thrown-acid-on-women-who-denied-taking-back-the-rape-case-from-them

ମୁଜାଫରନଗର, ଡିସେମ୍ବର ୦୮ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଜାଳିବା ଘଟଣାର ଦିନକ ପୂର୍ବରୁ ମୁଜାଫରନଗର ଜିଲ୍ଲାରେ ଜଣେ ୩୦ ବର୍ଷୀୟ ମହିଳାଙ୍କ ଉପରକୁ ଏସିଡ଼ ମାଡ଼ ହୋଇଛି । ମୁଜାଫରପୁର ପୋଲିସ ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛି । ପୋଲିସ କହିଛି ଯେ, ୪ ଜଣ ଯୁବକ ଅଦାଲତରୁ ଦୁଷ୍କର୍ମ ମାମଲା ଫେରାଇ ଆଣିବା ପାଇଁ ମହିଳାଙ୍କୁ କହିଥିଲେ କିନ୍ତୁ ଏଥିରେ ପୀଡ଼ିତା ରାଜି ନ ହେବାରୁ ଏସିଡ ମାଡ଼ କରିଥିଲେ । 

ପୋଲିସ କହିଛି ଯେ, ମହିଳାଙ୍କ ଶରୀର ୩୦ ପ୍ରତିଶତ ଜଳିଯାଇଛି ଏବଂ ମେରଠର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଶାହପୁର ଥାନା ଅଧିକାରୀ ଗିରିଜା ଶଙ୍କର ତ୍ରିପାଠୀ କହିଛନ୍ତି, ବୁଧବାର ରାତି ୪ ଜଣ ବ୍ୟକ୍ତି ମହିଳାଙ୍କ ଘରକୁ ବଳପୂର୍ବକ ପ୍ରବେଶ କରିଥିଲେ । ଏହା ପରେ ସେମାନେ ମହିଳାଙ୍କୁ କୋର୍ଟରୁ ମାମଲା ଫେରାଇ ଆଣିବାକୁ କହିଥିଲେ । ମାତ୍ର ମହିଳା ଜଣକ ଏଥିରେ ରାଜି ନ ହେବାରୁ ଏସିଡ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । 

ପୋଲିସ କହିଛି ଯେ, ମହିଳାଙ୍କୁ ଏସିଡ ମାଡ଼ କରିଥିବା ବ୍ୟକ୍ତିମାନଙ୍କର ପରିଚୟ ମିଳି ସାରିଛି । ସେମାନେ ହେଲେ କସେରବା ନିବାସୀ ଆରିଫ, ଶାହନବାଜ, ଶରୀଫ ଓ ଆବିଦ । ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତମାନେ ଫେରାର ଅଛନ୍ତି ଏବଂ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ । 

 

  • Tags:

Subscribe

National International State Sports Entertainment