ନିଶା କାରବାର ଅଭିଯୋଗରେ ୨ଗିରଫ
Khabar Odisha:Crime-State-2persons-arrested-for-smuggling-drugs
ବଲାଙ୍ଗୀର, ମେ ୨୦(ଖବର ଓଡ଼ିଶା):

ବଲାଙ୍ଗୀର ଟାଉନ ଥାନା ପୋଲିସକୁ ବଡ଼ ସଫଳତା । ବେଆଇନ ନିଶା କାରବାର ଉପରେ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ବଲାଙ୍ଗୀର ଜିଲ୍ଲା ସଦର ଥାନା ପୋଲିସ ଆଜି ଏକ ନିଶା କାରବାର ଆଡ୍ଡା ଉପରେ ଚଢାଉ କରିଛି । ପୋଲିସ ଦୀର୍ଘ ଦିନରୁ ବଲାଙ୍ଗୀରରେ ଚାଲିଥିବା ନିଶା କାରବାରର ଅଭିଯୋଗରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଶାନ ନେଗି ଓ ପ୍ରଶାନ୍ତ ଖେତୀ । ଏହି ଘଟଣାରେ ଆଉ କିଏ ସମ୍ପକ୍ତ ରହିଛି ନେନେଇ ଖୋଲତାଡ଼ କରୁଛି ପୋଲିସ ।

  • Tags:

Subscribe

National International State Sports Entertainment