୬ ଥର ମରଣମୁଖରୁ ବର୍ତ୍ତି ଯାଇଥିଲେ ସିଦ୍ଧୁ ମୁସେୱାଲା!
Khabar Odisha:Crime-Sidhu-Moosewala-assault-rifle-attacked-Pakistan-connection

ନୂଆଦିଲ୍ଲୀ, ଜୁନ୍ ୧୨ (ଖବର ଓଡ଼ିଶା): ପଂଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ଗତମାସ ୨୯ ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା । ତାଙ୍କର ମୃତ୍ୟୁ ପରେ ଲଗାତାର ଅନେକ ଖୁଲାସା ହେଉଛି । ଏବେ ଜଣାପଡୁଛି ଯେ, ତାଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ୬ ଥର ଆକ୍ରମଣ କରାଯାଇଥିଲା, ଯେଉଁଥିରେ କି ମୁସେୱାଲା ବର୍ତ୍ତି ଯାଇଥିଲେ । 

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଗତ ୩ ବର୍ଷ ହେବ ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତମାନେ ଛାଇ ଭଳି ଲାଗି ରହିଥିଲେ । ସିଦ୍ଧୁ ଲଗାତାର ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ଥିଲେ । ଏକଦା ତାଙ୍କୁ ଜୀବନ ବଞ୍ଚାଇବା ପାଇଁ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲର ଆଶ୍ରୟ ନେବାକୁ ପଡ଼ିଥିଲା । ସେହିପରି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋୟୀ ନିଜେ ସିଦ୍ଧୁ ମୁସେୱାଲାଙ୍କୁ ଫୋନ୍‌ରେ ଧମକ ଦେଇଥିଲା ।

ଲରେନ୍ସକୁ ସିଦ୍ଧୁ ଜବାବ ଦେଇଥିଲେ । ଫଳରେ ବିଶ୍ନୋୟୀ ଗ୍ୟାଙ୍ଗର ରାଗ ଥମି ନଥିଲା । ସିଦ୍ଧୁ ଫୋନ୍‌ରେ କହିଥିଲେ ଯେ, ଲରେନ୍ସ ଯାହା କରିବା କଥା କରୁ । ତାଙ୍କର ଗନ ସବୁବେଳେ ଲୋଡ ହୋଇକି ରହୁଛି । ଏଥି ପାଇଁ ସେ କାହାରିକୁ ଡରନ୍ତି ନାହିଁ । ପୋଲିସ ଜାଣିବାକୁ ପାଇଛି ଯେ, ସିଦ୍ଧୁ ମୁସେୱାଲାଙ୍କୁ କିଛି ପୂର୍ବରୁ ମଧ୍ୟ ହତ୍ୟା ପାଇଁ ଯୋଜନା କରାଯାଇଥିଲା । ତେବେ ସିଦ୍ଧୁଙ୍କ ମୃତ୍ୟୁ ସହିତ ପାକିସ୍ତାନ କନେକଶନ ରହୁଥିବା ପୋଲିସ ଜାଣିବାକୁ ପାଇଛି । 

 

  • Tags:

Subscribe

National International State Sports Entertainment