ପୋଖରାନ ସେନା ଶିବିରକୁ ପରିବା ଯୋଗାଉଥିଲା ଯୁବକ, ଆଇଏସଆଇକୁ ସୂଚନା ଦେବା ଅଭିଯୋଗରେ ଗିରଫ
Khabar Odisha:Crime-Nation-Vegetable-supplier-in-Pokhran-military-camp-arrested-for-spying-for-ISI

ନୂଆଦିଲ୍ଲୀ, ଜୁଲାଇ ୧୫ (ଖବର ଓଡ଼ିଶା): ରାଜସ୍ଥାନର ପୋଖରାନସ୍ଥିତ ସେନା ଶିବିରକୁ ପରିବା ଯୋଗାଉଥିବା ଜଣେ ୩୪ ବର୍ଷୀୟ ଯୁବକକୁ ପୋଲିସ ଗିରଫ କରିଛି । ସଂପୃକ୍ତ ଯୁବକଙ୍କ ନାଁରେ ଅଭିଯୋଗ ଥିଲା ଯେ, ସେ ସେନାର ଜଣେ କର୍ମଚାରୀଙ୍କୁ ପରିବା ଯୋଗାଇବା ବଦଳରେ ଟଙ୍କା ନନେଇ ଗୁପ୍ତ ସୂଚନା ହାସଲ କରୁଥିଲା । ଏବଂ ଏହି ଗୁପ୍ତ ସୂଚନାକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଉଥିଲା । 

ଜଣେ ଅଧିକାରୀ ବୁଧବାର ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ହବିବ ଖାନ ରାଜସ୍ଥାନର ବିକାନେର ଜିଲ୍ଲା ନିବାସୀ । ସେ ମଙ୍ଗଳବାର ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚର ଏକ ଟିମ ପୋଖରାନରୁ ଗୁଇନ୍ଦା ତଥ୍ୟ ଆଧାରରେ ଅଟକ ରଖିଥିଲା । ଯୁବକ ଜଣକ ବିଗତ କିଛି ବର୍ଷ ହେବ ପୋଖରାନରେ ସେନାର ଶିବିରକୁ ପରିବା ଯୋଗାଇବା ପାଇଁ ଠିକା ଅନୁମତି ମିଳିଥିଲା । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଗୁଇନ୍ଦା ଶାଖା ପକ୍ଷରୁ ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସର ଅପରାଧ ଶାଖା ମଙ୍ଗଳବାର ପୋଖରାନରୁ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଉଠାଇ ନେଇଛି । 

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ସନ୍ଦିଗ୍ଧ ସେନା ଶିବିରରେ ମୁତୟନ ଜଣେ ଅଧିକାରୀଙ୍କ ଠାରୁ ସମ୍ବେଦନଶୀଳ ପ୍ରମାଣପତ୍ର ହାସଲ କରୁଥିଲା । ଏହାକୁ ପୁଣି ପାକିସ୍ତାନର ଆଇଏସଆଇକୁ ଦେଉଥିଲା । 

 

  • Tags:

Subscribe

National International State Sports Entertainment