ମୁମ୍ବାଇ, ଅକ୍ଟୋବର ୦୧ (ଖବର ଓଡ଼ିଶା): ମୁମ୍ବାଇରେ ନିଜନିଜ ଭିତରେ ଯୁକ୍ତିତର୍କ କାରଣରୁ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୩ ଜଣ ଯୁବକ ଆହତ ହୋଇଛନ୍ତି । ସୂଚନା ମିଳିବା ପରେ ପୁଲିସ ଛାନ୍ଭିନ ଆରମ୍ଭ କରିଦେଇଛି ।
ଶୁକ୍ରବାର ରାତିରେ ଏହି ଗୁଳିମାଡ଼ ଘଟଣା ଘଟିଛି । ମୁମ୍ବାଇର କାନ୍ଦିବଲୀରେ ବାଇକ ଆରୋହୀ ଦୁର୍ବୃତ୍ତ ଅତର୍କିତ ଭାବେ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ୪ ଜଣ ଯୁବକ ଆହତ ହୋଇଥିଲେ । କିନ୍ତୁ ଏଥିରୁ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପୂର୍ବତନ ନଗରସେବକ କମଳେଶ ଯାଦବ କହିଛନ୍ତି ଯେ, ଗୁଳିମାଡ଼ କରିଥିବା ବ୍ୟକ୍ତିମାନେ ଗୁଳିର ଶିକାର ହୋଇଥିବା ଲୋକଙ୍କୁ ଜାଣିଛନ୍ତି । ୪ ରାଉଣ୍ଡ ଗୁଳିମାଡ଼ରେ ମୃତ୍ୟୁ ହୋଇଥିବା ଯୁବକଙ୍କ ନାମ ଅଙ୍କିତ ଯାଦବ । ଅନ୍ୟ ୩ ଜଣ ହେଲେ ଅବିନାଶ ଦାଭୋଲକର, ମନୀଷ ଗୁପ୍ତା ଓ ପ୍ରକାଶ ନାରାୟଣ । ପୁଲିସ ଘଟଣାର କାରଣ ପୂର୍ବ ଶତ୍ରତା ବୋଲି କହିଛି । ଏହି ମାମଲାରେ ମୁମ୍ବାଇ ପୁଲିସର ଡିସିପି ବିଶାଳ ଠାକୁର କହିଛନ୍ତି ଯେ, ବାଇକ ଆରୋହୀ ଦୁର୍ବୃତ୍ତମାନେ ଗୁଳିମାଡ଼ ପରେ ଫେରାର ହୋଇଯାଇଛନ୍ତି ।