ଅକ୍ସିଜେନ କସେଣ୍ଟଟ୍ରେଟର କଳାବଜାରୀ ମାମଲା: ଅଭିଯୁକ୍ତ ନଭନୀତ ଗୁରୁଗ୍ରାମରୁ ଗିରଫ
Khabar Odisha:Crime-Delhi-police-arrested-Davneet-Kalra-accused-of-black-marketing-oxygen-concentrators

ନୂଆଦିଲ୍ଲୀ, ମେ ୧୭ (ଖବର ଓଡ଼ିଶା): କରୋନା ସଂକଟ ସମୟରେ ଅକ୍ସିଜେନ କସେଣ୍ଟଟ୍ରେଟର କଳାବଜାରୀ ମାମଲାରେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ନଭନୀତ କାଲରାକୁ ରବିବାର ଗୁରୁଗ୍ରାମରୁ ଗିରଫ କରିଛି । କାଲରାକୁ ଶାଳକଙ୍କ ଫାର୍ମ ହାଉସ୍‌ରୁ ଗିରଫ କରାଯାଇଛି । ଅନ୍ତର୍ଜାତୀୟ ସିମ କଂପାନୀ ମ୍ୟାଟ୍ରିକ୍ସ ସେଲୁଲାର ସର୍ଭିସ ସହିତ ମିଶି ଦିଲ୍ଲୀରେ ଅକ୍ସିଜେନ କସେଣ୍ଟଟ୍ରେଟରର କଳାବଜାରୀ କରିବା ଅଭିଯୋଗ ଥିଲା । କିଛି ଦିନ ପୂର୍ବରୁ ଦିଲ୍ଲୀର ଏକ ଅଦାଲତ କାଲରା ପକ୍ଷରୁ ଆବେଦନ ହୋଇଥିବା ଅଗ୍ରୀମ ଜମାନତକୁ ଖାରଜ କରି ଦିଆଯାଇଥିଲା । 

ଘଟଣା ଦକ୍ଷିଣ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ ଅକ୍ସିଜେନ କସେଣ୍ଟଟ୍ରେଟର କଳାବଜାରୀ ସହିତ ଜଡ଼ିତ । ଖାନ ମାର୍କେଟସ୍ଥିତ ଚାଚା ରେଷ୍ଟୁରାଣ୍ଟରେ ବ୍ୟାପକ ପରିମାଣରେ ଅକ୍ସିଜେନ କସେଣ୍ଟଟ୍ରେଟର ଜବତ ହୋଇଥିଲା । ଏହି ରେଷ୍ଟୁରାଣ୍ଟର ମାଲିକ ନବନୀତ କାଲରା । ପୋଲିସ ଅଧିକାରୀ କହିଛନ୍ତି ଯେ ଜବତ ହୋଇଥିବା ଅଧିକାଂଶ କସେଣ୍ଟଟ୍ରେଟର ୧୪୦୦୦ରୁ ୧୮୦୦୦ ଟଙ୍କାରେ କିଣାଯାଇଥିଲଶ । ପୋଲିସ ଯାହା ଜାଣିବାକୁ ପାଇଛି କସେଣ୍ଟଟ୍ରେଟରକୁ ୭୦ ହଜାର ଟଙ୍କାରୁ ଅଧିକ ଦରରେ ବିକ୍ରି କରାଯାଇଛି । 

 

  • Tags:

Subscribe

National International State Sports Entertainment