କେନ୍ଦୁଝରରେ କ୍ରାଇମବ୍ରାଞ୍ଚ STFର ରେଡ୍ । କାଞ୍ଜିପାଣି ଘାଟି ନିକଟରେ STF ଉପରକୁ ଗୁଳି ଚାଳନା କଲେ ମାଫିଆ | ଫାଙ୍କା ଗୁଳି ଚାଳନା କରି ଖସି ଗଲା ଜଣେ ଅଭିଯୁକ୍ତ । କେନ୍ଦୁଝର ଜୁଡ଼ିଆ ବାଇପାସ ନିକଟରୁ ଦୁଇ ଗୋରୁ ବୋଝେଇ କଣ୍ଟେନର ଗାଡି ଜବତ କରିଥିଲା ଏସଟିଏଫ୍ ଟିମ । ପଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ ଚଢ଼ାଉ କରିଥିଲା ଏସଟିଏଫ୍ । ପଶ୍ଚିମବଙ୍ଗର 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ, 2ଟି ଗାଡି ଜବତ ହୋଇଛି ।
ଗୋରୁ ଗାଡ଼ି ଜବତ ବେଳେ STF ଟିମ୍ ଉପରକୁ ଗୁଳି ଚଳାଇଲେ ଗୋରୁ ମାଫିଆ । 10 ରୁ 15 ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ରହିଛି । STF ପକ୍ଷରୁ ମଧ୍ୟ 2 ରାଉଣ୍ଡ ଗୁଳି ଚାଳନା ହୋଇଥିଲା । କଣ୍ଟେନରେ 74 ଗାଈ ବଳଦ ଚାଲାଣ ହେଉଥିଲା । ଚଢ଼ାଉ ପରେ କେନ୍ଦୁଝର ଟାଉନ ଥାନାକୁ ଗୋ ମାଫିଆଙ୍କୁ ହସ୍ତାନ୍ତର କରାଯାଇଛି ।