ପୁଣି ରାଜଧାନୀରୁ ଜବତ ହେଲା ବ୍ରାଉନସୁଗାର, ବ୍ୟବସାୟୀକୁ ଗିରଫ କଲା ଅବକାରୀ ବିଭାଗ ଭୁବନେଶ୍ୱର, ଜୁଲାଇ ୧୮(ଖବର ଓଡିଶା): Share story: ରାଜଧାନୀ ଭୁବନେଶ୍ୱରରୁ ପୁଣି ଜବତ ହୋଇଛି ବ୍ରାଉନସୁଗାର । ଭୁବନେଶ୍ୱର ଅବକାରୀ ବିଭାଗ ୩୪ ଗ୍ରାମର ବ୍ରାଉନସୁଗାରକୁ ଜବତ କରିଛି । ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଅନୁମାନିକ ମୂଲ୍ୟ ୩ ଲକ୍ଷରୁ ଅଧିକ ଟଙ୍କା ହେବ । କପିଳେଶ୍ୱରର ଛବି ଭୋଇ ବ୍ରାଉନସୁଗାର ବ୍ୟବସାୟ କରୁଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା । ପରେ ଅବକାରୀ ବିଭାଗ ଛବି ଭୋଇକୁ ଗିରଫ କରିଛି । ତେବେ ଛବି ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ବିକ୍ରି କରୁଥିବା ଜଣାପଡିଛି । ତେବେ ଏହି ଘଟଣାର ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଖବର ଓଡ଼ିଶା, Reporter, 18/07/2022