ଜମିବାଡି ବିବାଦକୁ ନେଇ ଗାଁ ରାସ୍ତାରେ ଘୋଷାଡ଼ି ଭଉଣୀର ଜୀବନ ନେଇଗଲେ ଭାଇ-ଭାଉଜ
Khabar Odisha:Brother-and-brother-in-law-killed-sister-in-law-on-land-dispute
ଖବର ଓଡିଶା : 22/03/2023

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ପଞ୍ଚାୟତର ବେଗୁନିଆବନ୍ଧ ଗ୍ରାମରେ ପାରିବାରିକ କଳହ ଯୋଗୁ ଭଉଣୀକୁ ମାରିଲେ ଭାଇ ଓ ଭାଉଜ | ମୃତ ମହିଳାଜଣକ ହେଲେ ଜବା ବାସ୍କେ । ଜବାଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ସାନ ଭାଇ ବୁଢାନ ହେମ୍ବ୍ରମ ଓ ଭାଉଜ ମାଳତୀ ହେମ୍ବ୍ରମଙ୍କୁ ଗିରଫ କରିଛି | ଘଟଣା ଅନୁଯାୟୀ ଜବା ଜଣେ ବିଧବା ମହିଳା ହୋଇଥିବା ବେଳେ ନିଜ ୩ ପିଲାଙ୍କୁ ଧରି ବାପ ଘର ଗାଁରେ ଅନ୍ୟତ୍ର ରୁହନ୍ତି। ତାଙ୍କ ୩ ପିଲା ବାହାରେ କାମ କରୁଥିବା ବେଳେ ଜବା ଏକୁଟିଆ ଘରେ ରହୁଥିଲେ। ଦୀର୍ଘଦିନ ହେଲା ଉଭୟ ପରିବାର ମଧ୍ୟରେ ଜମିବାଡିକୁ ନେଇ ଝଗଡା ଲାଗିରହିଥିଲା। ଏହାକୁ ସମଧାନ କରିବାକୁ ଯାଇ ମଙ୍ଗଳ ବାର ଉଭୟ ପରିବାରକୁ ନେଇ ଗେଗୁନିଆବନ୍ଧ ଗ୍ରାମରେ ଗ୍ରାମ ମୁଖିଆଙ୍କ ତତ୍ୱବାଧାନରେ ଏକ ବୈଠକ ବସିଥିଲା। ମାତ୍ର ଉକ୍ତ ବୈଠକରେ ଘଟଣାର ସମାଧାନ ହୋଇ ପାରି ନ ଥିଲା। ସେହି ସମୟରେ ବିଧବା ଭଉଣୀ ଜବା ବାସ୍କେ ହଠାତ ଭାଇ ମାନଙ୍କ ଉପରେ ରାଗିଯିବା ସହ ବୈଠକ ସ୍ଥାନରେ ଛେପ ପକାଇବା ସହ ଗାମୁଛା ଫୋପାଡ଼ି ପଳାଇ ଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇଥିବା ବୁଢାନ ଓ ତାଙ୍କ ପତ୍ନୀ ସୁଯୋଗ ଅପେକ୍ଷାରେ ଥିଲେ। ଆଜି ସକାଳେ ସେମାନେ ଜବାଙ୍କ ଘରକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଠେଙ୍ଗା, ବାଡ଼ିରେ ନିସ୍ତୁକ ପିଟିଥିଲେ। ଏଥିରେ ମନ ଶାନ୍ତି ନ ହେବାରୁ ତାଙ୍କୁ ଗାଁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନିଜ ଘରକୁ ନେଉଥିଲେ। ଫଳରେ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିବା ଜବା ଗାଁ ରାସ୍ତାରେ ହିଁ ଆଖି ବୁଜିଦେଲେ। ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ଉଭୟ ଭାଇ ଓ ଭାଉଜକୁ ଆଣି ଥାନାରେ ଅଟକ ରଖି ସାଇଣ୍ଟିଫିକ ଟିମକୁ ନେଇ ଅଧିକ ତଦନ୍ତ ଜାରିରଖିଛି ପୁଲିସ।

Subscribe

National International State Sports Entertainment