ମୟୁରଭଞ୍ଜ: ଫେସବୁକରୁ ପ୍ରେମ, ପ୍ରେମ ପରେ ପ୍ରତାରଣା । ଏଭଳି ଅଭିଯୋଗ ଆସିଛି ସୋନପୁର ଜିଲ୍ଲା ରାଲୁପ୍ତା ଥାନା ଅଞ୍ଚଳରେ ଜଣେ ଯୁବତୀ ଏଭଳି ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ ଫେସବୁକ୍ ଜରିଆରେ ତାଙ୍କ ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ବେଲବରିଆ ଗ୍ରାମର ମହାଦେବ ମାଲଙ୍କ ପୁଅ ସଂଟୁ ମାଲଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଅଭିଯୋଗ ଅନୁସାରେ ସମ୍ପୃକ୍ତ ଯୁବକ ଜଣକ ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଉଭୟ ଭୁବନେଶ୍ୱର ବୁଲିବାକୁ ଆସିଥିଲେ। କିନ୍ତୁ ଯୁବକ ଜଣକ ଯୁବତୀଙ୍କୁ ଛାଡି କୁଆଡେ ଚାଲି ଯାଇଥିବା ଯୁବତୀ ଜଣଙ୍କ ଅଭିଯୋଗ ଆଣିଛନ୍ତି ।
ଏନେଇ ଭୁବନେଶ୍ଵର ସ୍ଥିତ ଜି.ଆ.ପି ଥାନାରେ ଅଭିଯୋଗ ପରେ ବୁଝାମଣା କରି ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଥିଲେ ପ୍ରେମିକ ସଂଟୁ । ଶେଷରେ ନିରୁପାୟ ହୋଇ ପ୍ରେମିକା ଆସି ପହଂଚିଥିଲେ ପ୍ରେମିକଙ୍କ ଘରେ, ସେଠାରେ ପ୍ରେମିକ ସଂଟୁଙ୍କୁ ନପାଇ ଝାରପୋଖରୀଆ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ପ୍ରେମିକର କଳା କାରନାମା ବାବଦରେ ବଖାଣି ଥିଲେ ଝାରପୋଖରୀଆ ଥାନାରେ । ଏନେଇ ଥାନାଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ସମସ୍ତ ଘଟଣା ଶୁଣି ଅଭିଯୋଗ ଅନୁସାରେ ଏକ ମାମଲା ରୁଜୁ କରି ଘଟଣାର ଉପଯୁକ୍ତ ତଦନ୍ତ କରିବେ ବୋଲି ଯୁବତୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ଅଧିକ ପଢନ୍ତୁ: ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟ ପ୍ରବଳ ଶୀତ