ମୋହନା ଯୁବରାଜ ଚଣ୍ଡୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ଅଡବା ଥାନା ପୋଲିସ, ପ୍ରେମିକ ସହ ମିଶି ପତ୍ନୀ ସୁପାରି ଦେଇ କରିଥିଲା ହତ୍ୟା
Khabar Odisha:Adva-police-have-uncovered-the-murder-of-Mohana-Yuvraj-Chandi
ମୋହନା, ଏପ୍ରିଲ ୨୧ (ଖବର ଓଡ଼ିଶା):

ମୋହନା ଗତ ଜାନୁଆରୀ ୧ ତାରିଖରେ ଅଡବା ଥାନା ନିକଟସ୍ଥ ରାସ୍ତା କଡରୁ ଯୁବକଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର ହେବା ଘଟଣାକୁ ଆଜି ପର୍ଦାଫାଶ କଲା ଅଡବା ଥାନା ପୋଲିସ। ଏହା ସହ ହତ୍ୟାକାଣ୍ଡ ଭିଆଇଥିବା ଦୁଇ ସୁପାରୀ କିଲରଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ ହତ୍ୟାକାଣ୍ଡର ମୁଖ୍ୟଅଭିଯୁକ୍ତ ପତ୍ନୀ ଓ ତାର ପ୍ରେମିକକୁ ପୋଲିସ ପୂର୍ବରୁ ଗିରଫ କରିଥିବା ବେଳେ ଗତକାଲି ଦୁଇ ସୁପାରୀ କିଲରଙ୍କୁ ମଧ୍ୟ ଗିରଫ କରିଥିଲା।

ଗିରଫ ଦୁଇ ଜଣ ସୁପାରି କିଲର ହେଉଛନ୍ତି ଗଞ୍ଜାମ ଆସ୍କା ଅଞ୍ଚଳ ର ପ୍ରମୋଦ କୁମାର ବେହେରା , ଅନିଲ କୁମାର ବେହେରା । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲା ମୁନିଗୁଡା ବ୍ଳକ ର କାର୍ଯ୍ୟରତ ମହିଳା କିରାଣୀ ନିବେଦିତା ନାୟକ ଓ ତାକ ପ୍ରେମିକ ସୂଜିତ ମହାପାତ୍ର ସୁପାରୀ ଦେଇ ନିଜ ସ୍ବାମୀ ଯୁବରାଜ ଚଣ୍ଡୀକୁ ହତ୍ୟା କରିଥିଲେ ।

ପୂର୍ବରୁ ପୋଲିସ ତଦନ୍ତ କରି ସ୍ତ୍ରୀ ନିବେଦିତା ନାୟକ ଓ ପ୍ରେମିକ ସୂଜିତ ମହାପାତ୍ର କୁ ଗିରଫ କରିଥିବାବେଳେ, ଆଜି ଆସ୍କା ପୋଲିସ ସହାୟତାରେ ଅଡବା ପୋଲିସ ଦୁଇ ସୁପାରି କିଲରଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ବିଜୁ ସାମନ୍ତରାୟ ଫେରାର ଥିବା ସୁଚନା ଦେଇଛନ୍ତି ଆର ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ।

  • Tags:

Subscribe

National International State Sports Entertainment