ଇନ୍ଦୋର: କୋଲକାତା ଦୁଷ୍କର୍ମ ମାମଲାର ନିଆଁ ଲିଭି ନ ଥିବାବେଳେ ଇନ୍ଦୋରକୁ ପୁଣି ଏକ ଲଜ୍ଜା ଜନକ ଖବର ସାମ୍ନାକୁ ଆସିଛି । ଦେଶକୁ ସୁରକ୍ଷା ଦେଉଥିବା ସେନା ଅଧିକାରୀ ଆଜି ନିଜେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ଦୁର୍ବୃତ୍ତଙ୍କ ଲୋଲୁପ ଦୃଷ୍ଟିର ଶୀକାର ହୋଇଛନ୍ତି ସେନା ଅଧିକାରୀଙ୍କ ବାନ୍ଧବୀ । ମଧ୍ୟ ପ୍ରଦେଶ ଇନ୍ଦୋରରେ ଦୁଇ ଜଣ ସେନା ଅଧିକାରୀଙ୍କୁ ପିଟିବା ସହିତ ତାଙ୍କର ଜଣେ ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ମଙ୍ଗଳବାର ଇନ୍ଦୋର ମହୁସ୍ଥିତ ଆର୍ମି ସ୍କୁଲର ଦୁଇ ଜଣ ଲେପ୍ଟନାଣ୍ଟ କର୍ଣ୍ଣେଲ ସେମାନଙ୍କର ଦୁଇ ଜଣ ଝିଅ ସାଙ୍ଗଙ୍କ ସହିତ ପିକନିକ କରିବାକୁ ଯାଇଥିଲେ । ବୁଧବାର ରାତି ପ୍ରାୟ ୨ଟା ସମୟରେ ମହୁ-ମଣ୍ଡେଳେଶ୍ୱର ରାସ୍ତାରେ ୭ ଜଣ ଅଜଣା ବ୍ୟକ୍ତି ପିକନିକ ସ୍ଥଳରେ ପହଁଚିଥିଲେ । ସେମାନେ ଅତର୍କିତ ଆକ୍ରମଣ କରିଥିଲେ । ପ୍ରଥମେ କାରରେ ଥିବା ଜଣେ ସେନା ଅଧିକାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏହା ସହିତ ସାଙ୍ଗରେ ଥିବା ବାନ୍ଧବୀଙ୍କୁ ଦୁଷ୍କର୍ମ କରିଥିଲେ । । ଏ ନେଇ ବଡ଼ଗୋଣ୍ଡା ଥାନା ଅଧିକାରୀ ଲୋକେନ୍ଦ୍ର ସିଂହ ହିରୋର ସୂଚନା ଦେଇଛନ୍ତି ।
ଏହି ସମୟରେ ଦୂରରେ ଥିବା ଆଉ ଜଣେ ଅଧିକାରୀ ତାଙ୍କର ଉପରସ୍ଥ ଅଧିକାରୀଙ୍କୁ ତୁରନ୍ତ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ । ସକାଳ ପ୍ରାୟ ୬ଟା ସମୟରେ ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା । ମାତ୍ର ସେତେବେଳକୁ ସେମାନେ ଫେରାର ହୋଇଯାଇଥିଲେ । ସମସ୍ତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କ ଦେହରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଏ ନେଇ ବଡ଼ଗୋଣ୍ଡା ଥାନାରେ ମାମଲା ରୁଜୁ ହୋଇଥିବା ପୋଲିସ ଅଧିକାରୀ ଲୋକେନ୍ଦ୍ର ସିଂହ ହିରୋର ସୂଚନା ଦେଇଛନ୍ତି । ଲୁଟ, ମାଡ଼ ଏବଂ ଦୁଷ୍କର୍ମ ନେଇ ମାମଲା ରୁଜୁ ହୋଇଥିବା ଇନ୍ଦୋର ଗ୍ରାମାଞ୍ଚଳ ଏସପି ହିତିକା ବସଲ ସୂଚନା ଦେଇଛନ୍ତି ।