ପାଟଣା: କେନ୍ଦ୍ରୀୟ ଶିକ୍ଷକ ପାର୍ଥୀତ୍ବ ପରୀକ୍ଷା (ସିଟିଇଟି) ବେଳେ ରବିବାର ବିହାରରେ ୩୦ ଜଣ ନକଲି ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ଏହି ନକଲି ପରୀକ୍ଷାର୍ଥୀମାନେ ଅନ୍ୟ ପ୍ରାର୍ଥୀଙ୍କ ସ୍ଥାନରେ ପରୀକ୍ଷା ଦେଉଥିଲେ। ଆଙ୍ଗୁଠି ଚିହ୍ନ ମିଶାଇଲା ବେଳେ ଦରଭଂଗା ଜିଲ୍ଲାରେ ୧୨, ପାଟଣାରେ ୧୦, ଛପରାରେ ୫, ଗୋପାଳଗଂଜରେ ଦୁଇ ଓ ବେଗୁସରାଇରେ ଅନ୍ୟ ଜଣେ ନକଲି ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି।
ନକଲି ପରୀକ୍ଷାର୍ଥୀଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରୁଜୁ କରାଯାଇଛି। ଦରଭଙ୍ଗା ଜିଲ୍ଲାରେ ଧଣାପଡ଼ିଥିବା ୧୨ ନକଲି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ପରୀକ୍ଷା ସମୟରେ କେନ୍ଦ୍ରାଧ୍ୟୀକ୍ଷକ ଯେତେବେଳେ ବାୟୋମେଟ୍ରିକ୍ ମେସନରେ ଆଙ୍ଗୁଠି ଲଗାଇଥିଲେ, ଏହି ସମୟରେ ନକଲି ପରୀକ୍ଷାର୍ଥୀମାନେ ଧରାପଡ଼ିଥିଲେ। ନକଲି ପରୀକ୍ଷାର୍ଥୀ କହିଛନ୍ତି, ୫୦ ହଜାର ଟଙ୍କା ନେଇ ସେ ଅନ୍ୟ ଜଣଙ୍କର ସ୍ଥାନରେ ପରୀକ୍ଷା ଦେବାକୁ ଆସିଥିଲେ। ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।
ଲହେରିୟାସରାଇର ଯୁକ୍ତ ୨ ଏମ୍ଏଲ୍ ଏକାଡେମୀ ସ୍କୁଲରୁ ୨, ଜିଲ୍ଲା ସ୍କୁଲରୁ ୨, ଭିଗୋସ୍ଥିତ ଏଞ୍ଜେଲ ହାଇସ୍କୁଲରୁ ୨, ବାହାଦୁରପୁର ଥାନାର ଭୈରୋପଟ୍ଟୀର ନୋଟ୍ରେଡମ ଇଣ୍ଟରନ୍ୟାସନାଲ ସ୍କୁଲ କେନ୍ଦ୍ରରୁ ଜଣେ, ସଦର ଥାନାର ଦରଭଙ୍ଗା ପବ୍ଲିକ ସ୍କୁଲ ଦିଲ୍ଲୀ ବୁଲାଣୀରୁ ଜଣେ ସମେତ ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଛି।