ରେଲୱେରେ ୧ ଲକ୍ଷ ଚାକିରି ପାଇଁ ଆଜିଠାରୁ ଆବେଦନ, ଜାଣନ୍ତୁ କେମିତି କରିବେ ଆବେଦନ
Khabar Odisha:
ଭୁବନେଶ୍ୱର, ମାର୍ଚ୍ଚ ୧୨(ଖବର ଓଡିଶା):

ରେଲୱେ ଗ୍ରୁପ-ଡିର ନୂତନ ୧ ଲକ୍ଷ ନିଯୁକ୍ତି ପାଇଁ ବିସ୍ତୃତ ନୋଟିଫିକେସନ ଜାରି ହୋଇସାରିଛି । ଏଥିରେ ଗ୍ରୁପ୍‌-ଡ୍ରେ ୧୦୩୭୬୯ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ସନ୍ଧ୍ୟା ୫ଟାରୁ ଏଥିପାଇଁ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । 

ଗତ ବର୍ଷ ୬୩,୦୦୦ ନିଯୁକ୍ତି ବାହାରିଥିବା ବେଳେ ଚଳିତବର୍ଷ ୧ ଲକ୍ଷରୁ ଅଧିକ ପଦବୀରେ ପାଇଁ ଦରଖାସ୍ତ ଗ୍ରହଣ କରାଯିବ । ଚଳିତବର୍ଷ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ବଦଳରେ ରେଲୱେ ରିକ୍ରୁଟମେଣ୍ଟ ସେଲ ଏହି ନିଯୁକ୍ତି ବାହାର କରିଛି । ଏଥିପାଇଁ ୧୨ ମାର୍ଚ୍ଚ ସନ୍ଧ୍ୟା ୫ ପରେ ଆବେଦନ କରାଯାଇପାରିବ । ଆବେଦନ ପାଇଁ ବୟସସୀମା ୧୮ରୁ ୩୩ ବର୍ଷ ସ୍ଥିର କରାଯାଇଛି । ଏଥିସହିତ ଓବିସିକୁ ୩ ବର୍ଷ ଓ ଏସ୍‌ସି, ଏସ୍‌ଟିମାନଙ୍କ ପାଇଁ ୫ ବର୍ଷ ପର‌୍ୟ୍ୟନ୍ତ ଛାଡ କରାଯାଇଛି । ୧୦ମ ପାସ୍‌ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ । 

କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ଓ ଶାରୀରିକ ଦକ୍ଷତା ପରୀକ୍ଷା ମାଧ୍ୟମରେ ନିଯୁକ୍ତି ଦିଆଯିବ । କମ୍ପ୍ୟୁଟର ବେସ୍‌ଡ ଟେଷ୍ଟରେ କୃତକାର‌୍ୟ୍ୟ ଆବେଦକଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ଡକାଯିବ । ପ୍ରକାଶ ପାଇଥିବା ପଦବୀ ସଂଖ୍ୟାର ତିନିଗୁଣା କୃତକାର‌୍ୟ୍ୟ ଆବେଦକଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ଡକାଯିବ । କମ୍ପ୍ୟୁଟର ବେସ୍‌ଡ ଟେଷ୍ଟରେ ନେଗେଟିଭ୍‌ ମାର୍କିଂ ରହିବ । 

ଏହି ନିଯୁକ୍ତିରେ ସାଧାରଣ ବର୍ଗର ଗରୀବ ଲୋକଙ୍କୁ ୧୦ ପ୍ରତିଶତ ଆରକ୍ଷଣର ଲାଭ ମିଳିବ । ଜୁଲାଇ ୦୧, ୨୦୧୯କୁ ଆଧାରକରି ବୟସ ଗଣାଯିବ । ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ମିଳିବ । 

ତଳେ ଦିଆଯାଇଥିବା ୱେବସାଇଟ୍ ଆଡ୍ରେସରେ ଆବେଦନ କରିପାରିବେ । 

Central Railway: www.rrcer.com 

North Western Railway: www.nwr.indianrailways.gov.in 

Eastern Railway: www.rrcer.com

Southern Railway: www.rrcmas.in 

East Central Railway: www.rrcecr.gov.in 

South Central Railway: www.scr.indianrailways.gov.in 

East Coast Railway: http://rrcbbs.org.in/ 

South Eastern Railway: www.ser.indianrailways.gov.in 

Northern Railway: www.rrcnr.org 

South East Central Railway: www.secr.indianrailways.gov.in

North Central Railway: www.rrcald.org

South Western Railway: www.rrchubli.in 

North Eastern Railway: www.ner.indianrailways.gov.in 

Western Railway: www.rrc-wr.com 

Northeast Frontier Railway: www.nfr.indianrailways.gov.in 

West Central Railway: www.wcr.indianrailways.gov.in

Subscribe

National International State Sports Entertainment