ଆଇଡିବିଆଇ ବ୍ୟାଙ୍କରେ ସୁବର୍ଣ୍ଣ ସୁଯୋଗ, ଅନଲାଇନ ମାଧ୍ୟମରେ କରନ୍ତୁ ଆବେଦନ
Khabar Odisha:career-odisha-idbi-recruitment-2019-know-how-to-apply-for-40-chartered-accountants-posts-sarkari-naukri
ଭୁବନେଶ୍ୱର, ମାର୍ଚ୍ଚ ୩୦ (ଖବର ଓଡିଶା) :

 ଆଇଡିବିଆଇ ବ୍ୟାଙ୍କ ପାଇଁ ଏକ ଅଧିକାରୀକ ସୂଚନା ମିଳିଛି । ଚାଟାର୍ଡ ଆକାଉଂଟାଂଟ ପଦବୀ ଭର୍ତି ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରାଯାଉଛି । ଏହା ଦ୍ୱାରା ସମୁଦାୟ ୪୦ଟି ପଦବୀ ପାଇଁ ଭର୍ତି କରାଯିବ । ଏଥିପାଇଁ ଅଧୀକାରିକ  ୱେବସାଇଟକୁ ଯାଇ ଆବେଦନ କରି ପାରିବେ । 

୨୦୧୯ ମାର୍ଚ୍ଚ ୨୬ରେ ଆବେଦନ ପାଇଁ ଅନ୍ତିମ ତିଥି ରହିଛି । ତେବେ ୨୦୧୯ ଅପ୍ରେଲ ୮ ପର୍ଯ୍ୟନ୍ତ ଆବେଦନ ଶୁକ୍ଳ ଜମା କରି ପାରିବେ । ଏଥିପାଇଁ ନିମ୍ନତମ ଆୟୁସୀମା ୨୫ରୁ ୪୫ ବର୍ଷ ହୋଇଥିବା ଆବଶ୍ୟକ । ଏସସି, ଏସଟି ଏବଂ ପିଡବଦଲ୍ୟୁଡି ପାଇଁ ୧୫୦ ଟଙ୍କା ଜମା କରିବାକୁ ପଡିବ । ଅନ୍ୟ ବର୍ଗ ପାଇଁ ୭୦୦ ଟଙ୍କା ଆବେଦନ ଶୁକ୍ଳ ଦେବାକୁ ପଡିବ । ଅନ ଲାଇନ ମାଧ୍ୟମରେ ଆବେଦନ କରାଯିବ । 

ଅନଲାଇନ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ଏହି ପରୀକ୍ଷା କରାଯିବ । ତେବେ ଅଧିକ ସୂଚନା ନିମନ୍ତେ www.idbi.com ଏହି ୱେବସାଇଟରେ ଦେଖି ପାରିବେ ।  

Subscribe

National International State Sports Entertainment