ମୁମ୍ବାଇ: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଷ୍ଟକ୍ ମାର୍କେଟ୍ ଉପରମୁହାଁ ହୋଇଛି। ସୋମବାର ସକାଳୁ ବଜାର ଖୋଲିବା ମାତ୍ରେ ସେନ୍ସେକ୍ସ ୨୬,୦୦ ପଏଣ୍ଟ ଏବଂ ନିଫ୍ଟି ୮୦୦ ପଏଣ୍ଟ ରେକର୍ଡ ବୃଦ୍ଧି ପାଇଛି। ଏହାରି ମଧ୍ୟରେ ସେନ୍ସେକ୍ସ ୭୬.୦୫୦ ଅଙ୍କରେ ରହିଛି। ସେହିପରି ନିଫ୍ଟି ୨୩,୧୫୪ରେ ପହଞ୍ଚିଛି।
ଆଜି ସକାଳୁ ସେୟାର ବଜାର ଖୋଲିବା ମାତ୍ରେ ସେନସେକ୍ସ ଏକାଥରକେ ୨୫ ଶହ ପଏଣ୍ଟ ଅଧିକରୁ ଆରମ୍ଭ ହୋଇଥିଲା। ଫଳରେ ସେନ୍ସେକ୍ସ ୭୫ ହଜାରରୁ ଅଧିକ ରେକର୍ଡ କରିଥିଲା। ନିଫଟି ମଧ୍ୟ ୬୦୦ ପଏଣ୍ଟ ଗୋଟିଏ ଥରେ ଡେଇଁବା ଯୋଗୁଁ ୨୩ ହଜାର ଅତିକ୍ରମ କରିଥିଲା।
ସେୟାର ବଜାର ଉପର ମୁହାଁ ହେବା ଦ୍ୱାରା ଆଦାନୀ ପୋର୍ଟସ୍, ଆଦାନୀ ଏଣ୍ଟରପ୍ରାଇଜେସ୍, ପାୱାର୍ ଗ୍ରୀଡ, ଶ୍ରୀରାମ ଫିନାସ୍ ଏବଂ ଏନ୍ଟିପିସି ଭଳି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନିର ସେୟାର୍ ‘ଟପ୍ ଗେନ’ର୍ ରହିଛନ୍ତି । ଅନୁମାନ କରାଯାଉଛି, ମଙ୍ଗଳବାରି ଯଦି, ଏକଜିଟ୍ ପୋଲ ସତ ପ୍ରମାଣିତ ହୁଏ ତା'ହେଲେ ଏହି ସଂଖ୍ୟା ଆହୁରି ବଢ଼ିପାରେ। ସେୟାର ମାର୍କେଟରେ ଏହି ବୃଦ୍ଧି ପରେ ଏହାର ପ୍ରଭାବ ସୁନା ଓ ରୁୂପା ଉପରେ ମଧ୍ୟ ଦେଖାଯିବ ବୋଲି ଆଶା କରାଯାଉଛି।