ଭୁବନେଶ୍ବର: ସୁନା ଦରରେ ରେକର୍ଡ ସ୍ତରରେ ବୃଦ୍ଧି । ଏକାଥରକେ ୨୪ କ୍ୟାରେଟ ସୁନା ୧୧ ହଜାର ୭୭୦ ଟଙ୍କା ବୃଦ୍ଧି ପାଇଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାକୁ ବୃଦ୍ଧି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ହଜାର ୮୦୦ ଟଙ୍କା ବଢ଼ିଛି। ୧୦ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା ବୃଦ୍ଧି ପାଇଛି।
ଆଉ ସୁନାକୁ ଟକ୍କର ଦେଉଛି ରୂପା । ରୂପା କିଲୋଗ୍ରାମ ୨୦ ହଜାର ଟଙ୍କା ବୃଦ୍ଧି ପାଇଛି । ଯାହା ୪ ଲକ୍ଷ ଅତିକ୍ରମ କରିଛି । ପ୍ରଥମ ଥର ପାଇଁ, ରୂପାର ମୂଲ୍ୟ ୪ ଲକ୍ଷ ଅତିକ୍ରମ କରିଛି । ଗୁରୁବାର ଦିନ, MCX ରେ ମାର୍ଚ୍ଚ ଫ୍ୟୁଚର୍ସ ପାଇଁ ରୂପାର ମୂଲ୍ୟ ୨୧,୨୭୬ ଟଙ୍କା ବୃଦ୍ଧି ପାଇ ୪,୦୬,୬୪୨ ଟଙ୍କାରେ ପହଞ୍ଚିଛି ।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ୧୦ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ଗତକାଲି ୧,୬୭,୦୮୦ ଥିଲାବେଳେ ୧୦ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ଗତକାଲି ୧,୫୩,୧୫୦ ଥିଲା।