କରୋନା କଟକଣା ମଧ୍ୟରେ ଆସନ୍ତା ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା ୨୦୨୧
Khabar Odisha:Tribal-Exhibition-2021-Starts-From-26th-JAN

ଭୁବନେଶ୍ୱର, ଜାନୁଆରୀ ୨୦ (ଖବର ଓଡ଼ିଶା): ପୂର୍ବ ଅପେକ୍ଷା ବର୍ତମାନ କରୋନାର ଭୟାବହତା ସାମାନ୍ୟ ହ୍ରାସ ପାଇଛି । ଏବଂ ଧିରେ ଧିରେ ସବୁ କିଛି ଖୋଲିବା ଆରମ୍ଭ କରିଛି । ତେବେ ଏସବୁ ଭିତରେ ଚଳିତ ବର୍ଷ ଆଦିବାସୀ ମେଳା ପାଇଁ ଅନୁମତି ମିଳିବ କି ନାହିଁ ସେ ନେଇ ଅନେକ ଦ୍ୱନ୍ଦ ଲାଗି ରହିଥିଲା ।

କିନ୍ତୁ ବର୍ତମାନ ସବୁ ଦ୍ୱନ୍ଦ ଦୂର ହୋଇଛି ଏବଂ ଆସନ୍ତା ଜାନୁଆରୀ ୨୬ରୁ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା ୨୦୨୧ । ପୂର୍ବରୁ ତୋଷାଳି ମେଳାକୁ ଅନୁମତି ମିଳିଥିବା ବେଳେ ଆଦିବାସୀ ମେଳା ନେଇ ଚିତ୍ର ସ୍ପଷ୍ଟ ହୋଇ ହୋଇ ନଥିଲା ।

ଅନ୍ୟପଟେ ଏନେଇ ଆଜି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଓଡ଼ିଶାର ଏହି ଆଦିବାସୀ ମେଳା ଭାରତର ସର୍ବ ପୁରାତନ ଆଦିବାସୀ ମେଳା ହୋଇଥିବାରୁ ପ୍ରତିବର୍ଷ ଏହି ମେଳା ଦେଖିବା ପାଇଁ ରାଜ୍ୟ ବାହାରରୁ ଅନେକ ପର୍ଯ୍ୟଟକ ଓଡ଼ିଶା ମୁହାଁ ହୋଇଥାନ୍ତି । 

ତେବେ ଚଳିତ ବର୍ଷ କିନ୍ତୁ କରୋନା ସଂକ୍ରମଣର ଭୟ ରହିଥିବାରୁ ସମସ୍ତ କରୋନା କଟକଣା ମଧ୍ୟରେ ଚଳିତ ଥର ଆଦିବାସୀ ମେଳା ଅନୁଷ୍ଠିତ ହେବ । ଏହି ମେଳା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବ ।

ମେଳା ପାଇଁ ପର୍ଯ୍ୟଟକ ମାନଙ୍କ ଭିଡକୁ ଦୃଷ୍ଟିରେ ଏବର୍ଷ କରୋନା ସଂକ୍ରମଣ ଭିତରେ ଆଦିବାସୀ ମେଳା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

  • Tags:

Subscribe

National International State Sports Entertainment