ଏବେ ସଂପୂର୍ଣ୍ଣ ସୌର ଶକ୍ତିରେ ଆଲୋକିତ ହେବ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ସହର
Khabar Odisha:Konark-temple-and-city-will-lighten-by-sun-light

 ଓଡିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ସହରକୁ ସଂପୂର୍ଣ୍ଣ ସୌରଶକ୍ତି ଦ୍ଵାରା ଆଲୋକିତ କରାଯିବ।  ଏହି ଯୋଜନା ପାଇଁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । 

କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ସହରକୁ ସୂର୍ଯ୍ୟନଗରୀ ଭାବେ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନାକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ପ୍ରାଚୀନ ସୂର୍ଯ୍ୟ ମନ୍ଦିର ଓ ଆଧୁନିକ ପ୍ରଣାଳୀରେ ବ୍ୟବହୃତ ସୌରଶକ୍ତିର ଏହା ହେବ ଏକ ଅପୂର୍ବ ସମନ୍ଵୟ ହେବ । ତେବେ ଏହି ଯୋଜନା ଅନୁସାରେ ୧୦ ମେଗାୱାଟ ସଂଯୁକ୍ତ ଏକ ସୌର ପ୍ରକଳ୍ପ ଏବଂ ବିଭିନ୍ନ ଅଫ-ଗ୍ରୀଡ ସୌର ବୃକ୍ଷ, ସୌର ପାନୀୟ ଜଳ କିଓସ୍କ ଇତ୍ୟାଦିର ପରିକଳ୍ପନା କରାଯାଇଛି । 

କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ସହରକୁ ସଂପୂର୍ଣ୍ଣ ସୌରଶକ୍ତି ଦ୍ଵାରା ଆଲୋକିତ କରିବା ପାଇଁ ୨୫କୋଟି ଟଙ୍କା ଯୋଗାଇଦେଉଥିବା ବେଳେ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ । ଏହା କାର୍ଯ୍ୟକାରୀ ହେଲେ କୋଣାର୍କ ସହରର ସମସ୍ତ ଶକ୍ତି ଚାହିଦା ସୌର ଶକ୍ତି ମାଧ୍ୟମରେ ପୂରଣ ହୋଇପାରିବ ।

  • Tags:

Subscribe

National International State Sports Entertainment