Home >
ଭାଲେଣ୍ଟାଇନ ଡେ: ଏସଏସବି ଯବାନଙ୍କ ନିଅାରା ପ୍ରେମ, ଏମିତି ପ୍ରକାଶ କଲେ ନିଜର ଭଲ ପାଇବା
Khabar Odisha:viral-photo-of-ssb-jawan-on-valentines-day-with-rifle

ଗୟା,ଫେବୃଆରୀ୧୪(ଖବର ଓଡ଼ିଶା):  ଭାଲେଣ୍ଟାଇନ ଡେ ଅବସରରେ ପ୍ରେମୀ ଯୋଡ଼ି ନିଜ ନିଜର ପ୍ରେମିକ ଏବଂ ପ୍ରେମିକାଙ୍କୁ କେତେ ଭଲ ପାଇବା ଦେଉଛନ୍ତି। କିଏ ଉପହାରରେ ଫୁଲତୋଡ଼ା ଦେଉଛି ତ କିଏ ଭାଲେଣ୍ଟାଇନ ଡେ କାର୍ଡ ଦେଉଛି। ମାତ୍ର  ବିହାରର ଗୟାରୁ ଏକ ଏସଏସବି ଯବାନଙ୍କ ନିଅାରା ପ୍ରେମ ସାମ୍ନାକୁ ଆସିଛି।

ଗୟାର ସଶସ୍ତ୍ର ସୀମା ବଳ(ଏସଏସବି)ର ଯବାନ ଭାଲେଣ୍ଟାଇନ ଡେ ପାଳନ କରିଛନ୍ତି। ଏହି ସମୟରେ ଏକ ସୁନ୍ଦର ଏବଂ ମନକୁ ଛୁଇଁଯିବା ଭଳି ଏକ ଫଟୋ ସାମ୍ନାକୁ ଆସିଛି।  ଯେଉଁଥିରେ ଏକ ଯବାନ ରାଇଫଲକୁ ଫୁଲ ଦେଉଥିବା ନଜର ଆସୁଛନ୍ତି। 

ଏସଏସବି ଯବାନଙ୍କ ରାଇଫଲ ଇସ୍କ

ଏସଏସବି ଯବାନ ପ୍ରେମର ପ୍ରତୀକ କୁହାଯାଉଥିବା ଭାଲେଣ୍ଟାଇନ ଡେ ଦିନ ନିଜର ରାଇଫଲକୁ  ଫୁଲର ଉପହାର ଦେଇଛନ୍ତି। ଏକ ଫଟୋରେ ଏକ ପ୍ରେମୀ ରୂପେ ନିଜର ରାଇଫଲକୁ ପ୍ରେମିକା ମାନି ଯବାନ ଫୁଲ ଦେଉଛନ୍ତି। ସେ ରାଇଫଲ ସାମ୍ନାରେ ଆଣ୍ଠୁ ମାଡ଼ି ରାଇଫଲକୁ ନିଜର ଭଲ ପାଇବା ଦେଉଛନ୍ତି। 

ରାଇଫଲ ସାମ୍ନାରେ ସେ ଫୁଲ ଦେଉଥିବା ଦେଖାଯାଉଛନ୍ତି।  ଦେଶର ରକ୍ଷା ପାଇଁ ସୀମାରେ ମୁତୟନ ଯବାନଙ୍କ ଏହି ଫଟୋ ବାସ୍ତବରେ ଲୋକଙ୍କୁ ଏକ ଖାସ୍ ସନ୍ଦେଶ ଦେଉଛି। 

  • Tags:

Subscribe

National International State Sports Entertainment