Home >
ଚିଟ୍ ଫଣ୍ଡ ଘୋଟାଲା: ଜମାକାରୀଙ୍କ ଚିହ୍ନଟ ପାଇଁ ଲାଗିବ ଆଉ ୨/୩ ବର୍ଷ, ତେବେ କେବେ ମିଳିବ କ୍ଷତିପୂରଣ ?
Khabar Odisha:state-odisha-verify-of-investor-in-chit-fund-scam-take-more-than-23-years
କଟକ, ଫେବୃଆରୀ ୧୨(ଖବର ଓଡ଼ିଶା):

ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଚିହ୍ନଟ ପାଇଁ ଆଉ ଲାଗିବ ୨/୩ ବର୍ଷ। ଏହାର ସୂଚନା ମଙ୍ଗଳବାର ଦେଇଛନ୍ତି ଚିଟ୍ ଫଣ୍ଡ ତଦନ୍ତ କମିଶନ  ଜଷ୍ଟିସ ଏମ.ଏମ. ଦାସ। ଅର୍ଥାତ ୨୦୧୩ରୁ ଏ ପର୍ଯ୍ୟନ୍ତ ଜାରି ରହିଥିବା ଚିଟ୍ ଫଣ୍ଡ ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା କେବେ ସରିବ ଏବଂ କ୍ଷତିଗ୍ରସ୍ତ କେବେ ସେମାନଙ୍କ ଟଙ୍କା ଫେରି ପାଇବେ ତାହା କହିବା ମୁସ୍କିଲ।  ଏବେ କ୍ଷୁଦ୍ରଜମାକାରୀ ଚିହ୍ନଟ ପ୍ରକ୍ରିୟା ଚାଲୁ ରହିଛି। ଏବେ ସୁଦ୍ଧା ପାଖାପାଖି ୫୦ ପ୍ରତିଶତ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ହୋଇଗଲାଣି ବୋଲି ଜଷ୍ଟିସ ଏମ.ଏମ. ଦାସ କହିଛନ୍ତି।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଜଷ୍ଟିସ ଦାସ କହିଛନ୍ତି ଯେ, ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଚିହ୍ନଟ ପାଇଁ ଆଉ ୨/୩ ବର୍ଷ ସମୟ ଲାଗିବ।  ଏବେ କ୍ଷୁଦ୍ରଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଚାଲୁ ରହିଛି।  ପାଖାପାଖି ୫୦ ପ୍ରତିଶତ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ହୋଇ ସାରିଲେଣି। ସରକାରଙ୍କୁ ନିଜର ଷଷ୍ଠ ଅନ୍ତରୀନ ରିପୋର୍ଟ ପ୍ରଦାନ ସମୟରେ ଏହି ସୂଚନା ଦେଇଛନ୍ତି ଜଷ୍ଟିସ ଦାସ।

ଷଷ୍ଠ ରିପୋର୍ଟରେ ୧ ଲକ୍ଷ ୪୩ ହାରଜ ୪୬୩ ଜମାକାରୀଙ୍କ ଚିହ୍ନଟ ହୋଇଛି। ଏ ପର୍ଯ୍ୟନ୍ତ ମୋଟ୍ ୩ ଲକ୍ଷ ୬୧ ହଜାର ୮୧୭ ଜମାକାରୀଙ୍କ ଚିହ୍ନଟ ହୋଇଛି। ପଛରେ ଆଉ ୬ ଲକ୍ଷ ଜମାକାରୀ ସତ୍ୟପାଠ ଦାଖଲ କରିଛନ୍ତି। ସେସବୁ ସତ୍ୟପାଠର ଡିଜିଟାଇଜେସନ ପାଇଁ କୁହାଯାଇଛି ଏବଂ ଏହା ପରେ ବାକି ସଠିକ୍ ଜମାକାରୀଙ୍କ ଚିହ୍ନଟ ହୋଇଯିବ। କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ସରିଲେ ବଡ଼ ଜମାକାରୀଙ୍କ ଚିହ୍ନଟ ହେବ।

ଏଠାରେ ପ୍ରଶ୍ନ ଉଠୁଛି ଯେ କେବଳ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ୨୦୧୩ରୁ ଜାରି ରହିଛି। ଯାହା ୨ ନା ୩ ବର୍ଷରେ ସରିବ ଖୋଦ୍ କମିଶନ ମଧ୍ୟ ସନ୍ଦିହାନ। ଏହା ପରେ ବଡ଼ ଜମାକାରୀ ଚିହ୍ନଟ ହେବେ। ଏହାର ଚିହ୍ନଟ ପ୍ରକ୍ରିୟା ପୁଣି କେତେ ବର୍ଷ ଲାଗିବ ତାହା ମଧ୍ୟ କାହାକୁ ଜଣା ନାହିଁ। ଏଥିରୁ ଆପଣ ଅନୁମେୟ କରି ପାରୁଥିବେ ଯେ କ୍ଷତିଗ୍ରସ୍ତ ଜମାକାରୀ କେବେ ସେମାନଙ୍କର କ୍ଷତିପୂରଣ ପାଇବେ। 

  • Tags:

Subscribe

National International State Sports Entertainment