Home >
ଉପାଧ୍ୟକ୍ଷ ପଦ ସମ୍ଭାଳିବା ପରେ ସରକାରଙ୍କୁ ଅଡୁଆରେ ପକାଇଲେ ହରିବଂଶ, ମଜା ନେଲେ ବିରୋଧୀ
Khabar Odisha:rajya-sabha-voting-over-private-members-resolution-harivansh-govt
ନୂଆଦିଲ୍ଲୀ, ଅଗଷ୍ଟ୧୦(ଖବର ଓଡ଼ିଶା):

 ମୌସୁମୀ ଅଧିବେଶନର ଆଜି ଥିଲା ଶେଷ ଦିନ।  ମାତ୍ର ଶୁକ୍ରବାର ରାଜ୍ୟସଭାରେ ଏମିତି ଏକ ଘଟଣା ଘଟିଲା ଯାହା ସରକାରଙ୍କୁ ଅଡୁଆରେ ପକାଇଥିଲା। ଏହାର କାରଣ ବିରୋଧୀ ନୁହେଁ ବରଂ ନବ ନିର୍ବାଚିତ ଉପାଧ୍ୟକ୍ଷ ହରିବଂଶ ଥିଲେ। ଉପାଧ୍ୟକ୍ଷଙ୍କ ଏକ ନିଷ୍ପତ୍ତି  ଉଚ୍ଚ ସଦନରେ ସରକାରକୁ ଅକଳରେ ପକାଇଥିଲା ଏବଂ ବିରୋଧୀଙ୍କୁ ଏଥିରେ ଟାର୍ଗେଟ୍ କରିବାକୁ ସୁଯୋଗ ମିଳି ଯାଇଥିଲା। 

ଏଠାରେ କହି ରଖୁଛୁ ଯେ ଆଜି  ରାଜ୍ୟସଭାରେ ଆଜି ପ୍ରାଇଭେଟ୍ ମେମ୍ବରର କାର୍ୟ୍ୟ ଦିବସ ଥିଲା ଏବଂ ଏହି ସମୟରେ ସମାଜବାଦୀ ପାର୍ଟିର ସାଂସଦ ବିଶମ୍ଭର ପ୍ରସାଦ ସାରା ଦେଶରେ ସମାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସମ୍ବନ୍ଧିତ ଏକ ପ୍ରସ୍ତାବ ଉପସ୍ଥାପିତ କରିଥିଲେ।  ଏହି ପ୍ରସ୍ତାବରେ ଚର୍ଚ୍ଚା ହେଲା ଏବଂ ସମସ୍ତ ଦଳର ସାଂସଦ ପ୍ରସ୍ତାବକୁ ସମର୍ଥନ କଲେ। ମାତ୍ର ଯେବେ ଏହି ପ୍ରସ୍ତାବକୁ ଫେରାଇ ନେବାକୁ କୁହାଗଲା ସାଂସଦ ଜଣକ ଉପାଧ୍ୟକ୍ଷ ଏହା ଉପରେ ଭୋଟିଂ କରିବାକୁ ଦାବି କଲେ। ଯାହାକୁ ଉପାଧ୍ୟକ୍ଷ ହରିବଂଶ ତୁରନ୍ତ ମଞ୍ଜୁରୀ ଦେଇଦେଲେ। 

ଅସନ୍ତୁଷ୍ଟ ହେଲେ ମନ୍ତ୍ରୀ

ଉପାଧ୍ୟକ୍ଷଙ୍କ ଏହି ନିଷ୍ପତ୍ତିରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆପତ୍ତି ପ୍ରକାଶ କରି କହିଛନ୍ତି ଯେ ସ୍ଵାଭାବିକ ରୂପେ ପ୍ରାଇଭେଟ୍ ମେମ୍ବର ପ୍ରସ୍ତାବରେ ଡିଭିଜନ ହୋଇନଥାଏ, ଏହି ପ୍ରସ୍ତାବର ଉଦ୍ଦେଶ୍ୟ ସରକାରଙ୍କୁ ପ୍ରସଙ୍ଗ ବିଷୟରେ ଅବଗତ କରାଇବାର ଥାଏ। ପ୍ରସ୍ତାବ ଉପସ୍ଥାପନ କରାଯିବା ପରେ ଫେରାଇ ନିଆଯାଏ। ରବି ଶଙ୍କର କହିଛନ୍ତି ଯେ ଭୋଟିଂ କରାଯାଇ ଏକ ନୂତନ ପରମ୍ପରା ସୃଷ୍ଟି କରାଯାଉଛି। ଏହାର ସମର୍ଥନ କରି ସାମାଜିକ ଓ ସଶକ୍ତିକରଣ ମନ୍ତ୍ରୀ ଥାଓ୍ଵର ଚାନ୍ଦ ଗେହଲଟ କହିଛନ୍ତି ଯେ ପ୍ରାଇଭେଟ୍ ବିଲ  ଉପରେ ଭୋଟିଂ ହୋଇପାରେ କିନ୍ତୁ ପ୍ରସ୍ତାବ ଉପରେ ଭୋଟିଂ ହୁଏ ନାହିଁ। 

ଉପାଧ୍ୟକ୍ଷ ହରିବଂଶ କହିଛନ୍ତି ଯେ ନିୟମରେ ଏମିତି କୌଣସି ପ୍ରାବଧାନ ନାହିଁ ଯେ ଥରୁଟିଏ କହିବା ପରେ ଆଉ ଭୋଟିଂକୁ ରୋକାଯାଇ ପାରିବ। ଏହା ଉପରେ କେନ୍ଦ୍ର ମନ୍ତ୍ରୀ ଥାଓ୍ଵର ଚାନ୍ଦ ଗେହଲଟ କହିଥିଲେ ଯେ ଏହି ଆଦେଶ ତ ଆମେ ମାନିବୁ ମାତ୍ର ଆଗକୁ ଏହି ନିୟମରେ ଆପଣଙ୍କୁ  କିଛି ସୁଧାର କରିବାକୁ ପଡ଼ିବ। ଏହା ମଧ୍ୟରେ ବିଜେପି ସାଂସଦ ଅମିତ୍ ଶାହା ନିଜର ସାଂସଦଙ୍କୁ ନୋ ର ବଟନ ଦବାଇବାକୁ କହୁଥିବା ଶୁଣିବାକୁ ମିଳିଥିଲା। 

  • Tags:

Subscribe

National International State Sports Entertainment