Home >
ଧମାଲ କଲା ଉରୀ, ପ୍ରଥମ ଦିନରେ ୮.୨୦କୋଟିର ଆୟ
Khabar Odisha:odisha-entertainment-uri-the-surgical-strike-box-office-collection-day-1
ନୂଆଦିଲ୍ଲୀ, ଜାନୁଆରୀ ୧୨ (ଖବର ଓଡିଶା) :

ବିକ୍କି କୌଶଳ ଏବଂ ୟାମୀ ଗୌତମଙ୍କ ଫିଲ୍ମ ଉରୀ ଦ ସର୍ଜିକାଲ ଷ୍ଟ୍ରାଇକକୁ ଦର୍ଶକଙ୍କ ଠାରୁ ବହୁତ ଭଲ ରିଭିୟୁ ମିଳିଛି । ୨୦୧୬ରେ ପାକିସ୍ତାନ ବିପକ୍ଷରେ ଭାରତ ଦ୍ୱାରା ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ଫିଲ୍ମ ଗତ କାଲି ରିଲିଜ ହୋଇଥିଲା । ଫିଲ୍ମର ଓପନିଙ୍ଗ ଡେରେ ୮.୨୦କୋଟିର ବ୍ୟବସାୟ କରିଛି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ନିଜ ଟ୍ୱିଟର ଆକାଉଂଟରେ ପ୍ରଥମ ଦିନର କଲେକ୍ସନ ବିଷୟରେ ଲେଖିଛନ୍ତି । ତେବେ ଏହାର ଦ୍ୱିତୀୟ ଏବଂ ତୃତୀୟ ଦିନରେ ଆହୁରି ଅଧିକ ବ୍ୟବସାୟ ହେବ ବୋଲି ଅନୁମାନ କରାଯାଉଛି । 

ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ଏହା ୫ରୁ ୬କୋଟି ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଫିଲ୍ମ ଆଶା ଠାରୁ ଅଧିକ ପ୍ରଦର୍ଶନ କରିଛି । ଫିଲ୍ମର ବିଷୟ ବସ୍ତୁ ଦେଖିବାକୁ ଗଲେ ଏହା ୨୦୧୬ର ସେପ୍ଟେମ୍ବର ୨୮-୨୯ରେ ଏଲଓସି ସୀମାରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଅଛି । ଆଦିତ୍ୟ ଧାର ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି । ବିକ୍କି ଏବଂ ୟାମୀ ଗୌତମଙ୍କ ବ୍ୟତୀତ ମୋହିତ ରୈନା, ପରେଶ ରାୱଲ, କୃତି କୁଲ୍ହାରୀ ମଧ୍ୟ ଅଛନ୍ତି । ଏହାର କାହାଣୀ ଯବାନଙ୍କ ଉପରେ ଆଧାରିତ । ଏହି ଫିଲ୍ମରେ ନରେନ୍ଦ୍ର ମୋଦୀଙ୍କ ରୋଲରେ ରଜିତ କପୁର ନଜର ଆସିଛନ୍ତି । 

Subscribe

National International State Sports Entertainment