Home >
ନାଗେଶ୍ୱର ରାଓଙ୍କୁ ଦଣ୍ଡ: ଦିନସାରା କୋର୍ଟର ଗୋଟିଏ କୋଣରେ ବସିବେ, ଏକ ଲକ୍ଷ ଗଣିବେ
Khabar Odisha:national-odisha-cbi-nageswara-rao-muzaffarpur-case-supreme-court-cji-ranjan-gogoi-cbi
ନୂଆଦିଲ୍ଲୀ, ଫେବୃଆରୀ ୧୨(ଖବର ଓଡିଶା):

ବିହାର ମୁଜାଫରନଗର ବାଳିକା ଗୃହ ମାମଲାରେ କୋର୍ଟଙ୍କ ଅବମାନନା କରିଥିବା ହେତୁ ସିବିଆଇ ପୂର୍ବ ଅନ୍ତରୀଣ ନିର୍ଦ୍ଦେଶକଙ୍କୁ ସୁପ୍ରିମକୋର୍ଟ ସଜା ଶୁଣାଇଛନ୍ତି । ଆଜି ଏହି ମାମଲାର ଶୁଣାଣି କରୁଥିବା ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗାଇ ନାଗେଶ୍ୱରଙ୍କୁ କ୍ଷମା ପ୍ରାର୍ଥନାକୁ ଅସ୍ୱୀକାର କରିଛନ୍ତି । ଏହା ସହ ନାଗେଶ୍ୱରଙ୍କୁ ଏକ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଆଜି ଦିନସାରା କୋର୍ଟର ଗୋଟିଏ କୋଣରେ ବସି ରହିବା ପାଇଁ  ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ସୁପ୍ରିମକୋର୍ଟ ନିଷ୍ପତି ଶୁଣାଇ କହିଛନ୍ତି କି, ନାଗେଶ୍ୱର କୋର୍ଟଙ୍କ ଅବମାନନା କରିଛନ୍ତି । ଏଥି ପାଇଁ ତାଙ୍କ କ୍ୟାରିଅର ଉପରେ ପ୍ରଭାବ ପଡିବ । ଯଦି କୋର୍ଟ ତାଙ୍କ କ୍ଷମାପ୍ରାର୍ଥନାକୁ ସ୍ୱୀକାର କରାଯାଏ ତେବେ ବି କ୍ୟାରିଅର ପ୍ରଭାବିତ ହେବ । ମୁଜାଫରନଗର ବାଳିକା ଗୃହର ଯାଂଚ ଟିମକୁ ବଦଳା ଯାଇପାରିବ ନାହିଁ । ଶର୍ମା ଏହାର ତତ୍ୱାବଧାନ କରିବେ । ନାଗେଶ୍ୱରଙ୍କ ବ୍ୟତୀତ ଏସ ଭସୁରଣଙ୍କୁ ମଧ୍ୟ ଏକ ଲକ୍ଷର ଜରିମାନା ନିର୍ଦ୍ଦେଶ ଦିଆଯାଇଛି । 

ଏହି ମାମଲାରେ ନିଜର ପକ୍ଷ ରଖି ଆଟର୍ଣ୍ଣିଂ ଜେନେରାଲ କହିଛନ୍ତି କି, ଟ୍ରାନ୍ସଫର ସୂଚନା କୋର୍ଟଙ୍କୁ ଦେବା ପାଇଁ ଦୁଇ ସପ୍ତାହର ବିଳମ୍ବ ହୋଇଛି । ଏହା ଲିଗାଲ ଆଡଭାଇସ ହେତୁ ହୋଇଛି । ନାଗେଶ୍ୱର ଏଜେନ୍ସିଙ୍କ ଟ୍ରାନ୍ସଫର ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ଲଗାତାର ଭାବେ ସିବିଆଇର କାର୍ଯ୍ୟରେ ବାଧା ଉପୁଜୁଛି । ଏପରି କି ନେଟ୍ ପାଇଁ ପୂର୍ବରୁ ୨୦ ଏମବି ଡାଟା ମଗା ଯାଇଥିଲା ।

  • Tags:

Subscribe

National International State Sports Entertainment