Home >
ମୋଦୀ-ଆବେଙ୍କ ମିଳିତ ବିବୃତ୍ତି: ମୁମ୍ବାଇ-ପଠାନକୋଟ ଆକ୍ରମଣର ଦୋଷୀଙ୍କୁ ସଜା ଦେଉ ପାକିସ୍ତାନ
Khabar Odisha:narendra-modi-abe-joint-statement-pakistan-pathankot-attack
ଅହମ୍ମଦାବାଦ,ସେପ୍ଟେମ୍ବର୧୪(ଖବର ଓଡିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଗୁରୁବାର ମିଳିତ ବିବୃତ୍ତି ଜାରି କରିଛନ୍ତି। ଦୁଇ ନେତା ବିବୃତ୍ତିରେ ଆତଙ୍କବାଦ ପ୍ରସଙ୍ଗ ଉପରେ କଠୋର ମନୋଭାବ ପୋଷଣ କରିଛନ୍ତି। ମୋଦୀ ଓ ଆବେ ମୁମ୍ବାଇ ଆକ୍ରମଣ ଏଵଂ ପଠାନକୋଟ ଆକ୍ରମଣର ଦୋଷୀକୁ ସଜା ଦେବାକୁ ପାକିସ୍ତାନକୁ କହିଛନ୍ତି। ଦୁଇ ନେତା ଆତଙ୍କବାଦ ବିରୋଧରେ ଜାପାନ-ଇଣ୍ଡିଆ କନସଲଟେନକୁ ଆଗକୁ ବଢ଼ାଇବା ଉପରେ ଜୋର ଦେଇଛନ୍ତି।
 
ଦୁଇ ନେତା ମିଳିତ ବିବୃତ୍ତିରେ କହିଛନ୍ତି ଯେ ଜାପାନ-ଇଣ୍ଡିଆ ୫ମ ଆତଙ୍କବାଦ କନସଲଟେସନ ଆୟୋଜନ କରିବାକୁ ଯୋଜନା କରୁଛନ୍ତି।  ଦୁଇ ଦେଶ ଆତଙ୍କବାଦ ବିରୋଧ ଲଢ଼େଇରେ ପରସ୍ପରକୁ ସହଯୋଗ କରିବେ। ଅଲକାଏଦା, ଆଇଏସଆଇଏସ, ଜୈଶ ଏ ମୋହମ୍ମଦ, ଲସ୍କର ଓ ଏହି ସଂଗଠନ ସହ ଜଡ଼ିତ ଅନ୍ୟ ସଂଗଠନ ବିରୋଧରେ ଏକ ସଙ୍ଗେ ଲଢ଼ିବେ।  ଦୁଇ ନେତା ବାଲାଷ୍ଟିକ ମିସାଇଲ ଏବଂ ପରମାଣୁ ଅସ୍ତ୍ରଶସ୍ତ୍ରକୁ ବିକଶିତ କରୁଥିବା ଉତ୍ତର କୋରିଆର କଡ଼ା ନିନ୍ଦା କରିଥିଲେ।
 
ଏହା ସହ ଆତଙ୍କବାଦର ମୂଳଉତ୍ପାଟନ ପାଇଁ ଦୁଇ ଦେଶ ମିଳିତ ଭାବେ ପଦକ୍ଷେପ ଉଠାଇବେ। ଏହା ବ୍ୟତୀତ ଆତଙ୍କୀ ନେଟଓ୍ଵର୍କ, ଆତଙ୍କୀ ଫଣ୍ଡ, ଆତଙ୍କୀ ସଂଗଠନର ଆଶ୍ରୟସ୍ଥଳ ଏବଂ ଅନୁପ୍ରବେଶକୁ ସମାପ୍ତ କରିବା ଉପରେ ଦୁଇ ଦେଶ କାର୍ୟ୍ୟ କରିବେ।
 
ଆଜି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ପରିବହନ ସମେତ ଅନେକ କ୍ଷେତ୍ରକୁ ରାଜିନାମା ସ୍ଵାକ୍ଷରିତ ହୋଇଛି। ଏହା ପୂର୍ଵରୁ ମୋଦୀ ଏବଂ ଆବେ ବହୁପ୍ରତୀକ୍ଷିତ ଅହମ୍ମଦାବାଦ-ମୁମ୍ବାଇ ବୁଲେଟ ଟ୍ରେନର ଭିତ୍ତିରି ପ୍ରସ୍ତର ସ୍ଥାପନା କରିଛନ୍ତି।
  • Tags:

Subscribe

National International State Sports Entertainment