Home >
ଭାରତ ଶିବିରରେ ପଶିଲେ ସୋଏବ ମଲିକ, ଧୋନୀଙ୍କ ସହିତ ମିଳାଇଲେ ହାତ
Khabar Odisha:mahendra-singh-dhoni-and-shoaib-malik-meet-during-practice-in-dubai-ahead-of-asiacup2018
ଦୁବାଇ, ସେପ୍ଟେମ୍ବର୧୪(ଖବର ଓଡ଼ିଶା):

 ତାରକା କ୍ରିକେଟର ବିରାଟ କୋହଲିଙ୍କ ଅନୁପସ୍ଥିତିରେ  ଶନିବାରଠୁ ଆରମ୍ଭ ହେଉଥିବା ଏସିଆ କପ୍ କ୍ରିକେଟ୍ ଟୂର୍ଣ୍ଣାମେଣ୍ଟର ଚମକ କିଛିଟା ଫିକା ହେଲେ ମଧ୍ୟ ସବୁଠୁ ରୋମାଞ୍ଚକର ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିବ। ଯାହାକୁ ନେଇ ଦର୍ଶକ ଉତ୍ସୁକତାର ସହ ଚାହିଁ ରହିଛନ୍ତି। 

ଏହା ମଧ୍ୟରେ ଶୁକ୍ରବାର ଭାରତୀୟ ଦଳ ଦୁବାଇରେ ଅଭ୍ୟାସ କରିଛନ୍ତି।  ଏହି ସମୟରେ ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନ ଦଳ ମଧ୍ୟ ଅଭ୍ୟାସ ସେସନରେ ସାମିଲ ହୋଇଥିଲା। ସେହି ସମୟରେ ପାକିସ୍ତାନର ବରିଷ୍ଠ ଖେଳାଳି ତଥା ସାନିଆ ମିର୍ଜାଙ୍କ ପତି ସୋଏବ ମଲିକ ଭାରତୀୟ କ୍ୟାମ୍ପକୁ ଆସି ସିଧାସଳଖ ଧୋନୀଙ୍କ ପାଖକୁ ଯାଇଥିଲେ। ଅଚାନକ ସୋଏବଙ୍କୁ ଦେଖି ଧୋନୀ ମଧ୍ୟ ଖୁସି ହୋଇଥିଲେ ଏବଂ ହସି ହସି ତାଙ୍କ ସହ ହାତ ମିଳାଇଥିଲେ। ଉଭୟ ଖେଳାଳି ପରସ୍ପର ମଧ୍ୟରେ କଥାବାର୍ତ୍ତା ମଧ୍ୟ ହୋଇଥିଲେ। ଦୁଇ ଖେଳାଳିଙ୍କ ଏହି ଦୃଶ୍ୟର ଭିଡ଼ିଓ କ୍ଲିପକୁ ପ୍ରଶଂସକ ବହୁତ ପସନ୍ଦ କରିଛନ୍ତି। 

ଭିଭିଏସ ଲକ୍ଷ୍ମଣ କହିଛନ୍ତି କି ଏସିଆ କପରେ ସୋଏବ ମଲିକ ପାକିସ୍ତାନ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ। ଲକ୍ଷ୍ମଣ ମୁତାବକ ସୋଏବ  ଜଣେ ଅନୁଭବି ବ୍ୟାଟସମ୍ୟାନ ଓ ଭଲ ସ୍ପିନ ବୋଲର। ଭାରତ  ଓ ପାକିସ୍ତାନ ମଧ୍ୟରେ ଦୁଇଟି ମ୍ୟାଚ୍ ହେବା ତୟ, ମାତ୍ର ଯଦି ଉଭୟ ଦଳ ଫାଇନାଲରେ ପ୍ରବେଶ କରନ୍ତି ତେବେ ତିନୋଟି ମୁକାବିଲା ହେବାର ସମ୍ଭାବନା ରହିଛି। ଟୂର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଆସନ୍ତାକାଲି ଖେଳାଯିବ। 

ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ ପର‌୍ୟ୍ୟାୟରେ ଗୋଟିଏ ମ୍ୟାଚ୍ ହେବ ଏବଂ ଦ୍ଵିତୀୟ ମ୍ୟାଚ୍ ସୁପର ୪ ପର‌୍ୟ୍ୟାୟରେ ହେବ। ମାତ୍ର ଆୟୋଜକ, ପ୍ରସାରକ ଓ ପ୍ରଶଂସକ ସେପ୍ଟେମ୍ବର ୨୮ରେ ହେବାକୁ ଥିବା ଫାଇନାଲ ମ୍ୟାଚ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ହେଉ ବୋଲି  ଆଶା କରିବେ।

ଭାରତକୁ ଏହା ଦେଖିବା ବାକି ରହିଲା ଯେ ଦଳ କୋହଲିଙ୍କ ଅନୁପସ୍ଥିତିରେ ପାକିସ୍ତାନର କେମିତି ମୁକାବିଲା କରିବ। ଦଳ ନିଜର ଅଭିଯାନ ସେପ୍ଟେମ୍ବର ୧୮ରେ ହଂକ କଂଗ ବିପକ୍ଷରେ ଆରମ୍ଭ କରିବ। ଏହାର ପରଦିନ ଅର୍ଥାତ ସେପ୍ଟେମ୍ବର ୧୯ରେ ଦଳ ପାକିସ୍ତାନକୁ ଭେଟିବ। 

  • Tags:

Subscribe

National International State Sports Entertainment