Home >
ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ଏଗଜିଟ୍ ପୋଲ-୨୦୧୮: ଏମପିରେ କଂଗ୍ରେସ-ବିଜେପି ମଧ୍ୟରେ କଡ଼ା ଟକ୍କର
Khabar Odisha:madhya-pradesh-chunav-exit-polls-2018-result
ନୂଆଦିଲ୍ଲୀ, ଡିସେମ୍ବର ୦୭(ଖବର ଓଡ଼ିଶା):

ଦେଶର ପାଞ୍ଚଟି ରାଜ୍ୟ ମଧ୍ୟ ପ୍ରଦେଶ,ରାଜସ୍ଥାନ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏବେ ସମସ୍ତଙ୍କର ନଜର ପରିଣାମ ଉପରେ ରହିଛି। ଏହି ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଡିସେମ୍ବର ୧୧ରେ  ପ୍ରକାଶ ପାଇବ। ଏବେ ନଜର ପକାଇବା ମଧ୍ୟ ପ୍ରଦେଶ ଉପରେ। ନିର୍ବାଚନ ଫଳାଫଳର ତିନି ପୂର୍ବରୁ ଆସିଛି ଏଗଜିଟ୍ ପୋଲ। ଏଗଜିଟ୍ ପୋଲ ମୁତାବକ ମଧ୍ୟ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଏହି ରାଜ୍ୟରେ ନଭେମ୍ବର ୨୮ରେ ସମସ୍ତ ୨୩୦ ସିଟରେ ମତଦାନ ହୋଇଥିଲା। 

ଏହି ରାଜ୍ୟରେ ବିଜେପି ଗତ ୧୫ ବର୍ଷ ହେବ କ୍ଷମତାରେ ରହି ଆସିଛି।  ଶିବରାଜ ସିଂହ ଚୌହ୍ଵାନ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେବା ପାଇଁ ସମସ୍ତ ଶକ୍ତି ନିର୍ବାଚନରେ ଖଟାଇଛନ୍ତି। ମାତ୍ର ଆଜି ଆସିଥିବା ଏଗଜିଟ୍ ପୋଲ ଅନୁଯାୟୀ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ବ୍ୟବଧାନ  ବହୁତ କମ ରହିଛି। ଆସନ୍ତୁ ଜାଣିବା କେଉଁ ଏଗଜିଟ୍ ପୋଲ କଣ କହୁଛି..

ଇଣ୍ଡିଆଇ ଟୁଡେ ଏକ୍ସିସ ମାଇଁର ଏଗଜିଟ୍ ପୋଲ

ଇଣ୍ଡିଆଇ ଟୁଡେ ଏକ୍ସିସ ମାଇଁ ଇଣ୍ଡିଆର ଏଗଜିଟ୍ ପୋଲ ମୁତାବକ ମଧ୍ୟ ପ୍ରଦେଶ ରାଜ୍ୟରେ କଂଗ୍ରେସକୁ ୪୦ ପ୍ରତିଶତ ଭୋଟ୍ ମିଳୁଥିବା ବେଳେ ବିଜେପିକୁ ୪୦ ପ୍ରତିଶତ ଭୋଟ୍ ମିଳୁଛି। ୧୯ ପ୍ରତିଶତ ମତଦାତା ଅନ୍ୟ ଦଳକୁ ଭୋଟ୍ ଦେଇଛନ୍ତି। 

କଂଗ୍ରେସ- ୧୦୪ ରୁ ୧୨୨ ସିଟ୍ ମିଳିପାରେ 

ବିଜେପି- ୧୦୨ରୁ ୧୨୦ ସିଟ୍ ମିଳିପାରେ 

ଟାଇମ୍ସ ନାଓ-ସିଏନଏକ୍ସର ଏଗଜିଟ୍  ପୋଲ

ଟାଇମ୍ସ ନାଓ ସିଏନଏକ୍ସର ଏଗଜିଟ୍ ପୋଲରେ ବିଜେପିର ପଲ୍ଲା ଭାରି ନଜର ଆସୁଛି। ଏହା ମୁତାବକ ୧୨୬ ସିଟ୍ ସହିତ ବିଜେପିକୁ ବହୁମତ ମିଳିବାର ସମ୍ଭାବନା ରହିଛି।

ବିଜେପି- ୧୨୬ ସିଟ୍

କଂଗ୍ରେସ- ୮୯

ବିଏସପି- ୦୬

ଅନ୍ୟ- ୦୯

ଗତ ନିର୍ବାଚନରେ କଣ ଥିଲା ପାର୍ଟିର ସ୍ଥିତି

ବିଜେପି- ୧୬୫

କଂଗ୍ରେସ- ୫୮

ଅନ୍ୟ- ୦୭

କଂଗ୍ରେସ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବିରୋଧରେ ବୁଧନୀ ସିଟରେ ଅରୁଣ ଯାଦବଙ୍କୁ ଓହ୍ଲାଇଛି। ନିର୍ବାଚନ ଆୟୋଗଠୁ ମିଳିଥିବା ସୂଚନା ମୁତାବକ  ଏଥର ନିର୍ବାଚନରେ ବମ୍ପର ଭୋଟିଂ ହୋଇଛି। ୭୫ରୁ ଅଧିକ ପ୍ରତଶିତ ମତଦାନ ହୋଇଛି। 

Subscribe

National International State Sports Entertainment