Home >
ଫାଙ୍କା ଗୁଳି ଚାଳନା କରି ୧୯ ଲକ୍ଷ ଲୁଟ୍‌
Khabar Odisha:looters-looted-15-lakhs-in-bolangir
ବଲାଙ୍ଗୀର, ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

ଦିନ ଦ୍ୱିପ୍ରହରରେ ବଲାଙ୍ଗୀରରେ ବନ୍ଧୁକ ଦେଖାଇ ଏକ ବଡ଼ ଧରଣର ଲୁଟ ହୋଇଛି । ସାରସବାହାଲ ବଙ୍ଗଳା ଛକ ନିକଟରେ ୩ ଜଣ ଦୁର୍ବୃତ୍ତ ବ୍ୟାଙ୍କ କର୍ମଚାରୀଙ୍କଠାରୁ ୧୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଲୁଟେରାଙ୍କ ମାଡ଼ରେ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି । ଏହାକୁ ନେଇ ଦେଓଗାଁ ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି । 

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ତୁଷାର ଆନ୍ଧ୍ରା ବ୍ୟାଙ୍କରୁ ବନ୍ଧପଡ଼ାସ୍ଥିତ ବ୍ୟାଙ୍କକୁ କ୍ୟାସିୟର ଓ ପିଅନ ଏକ ମାରୁତି ଭ୍ୟାନ୍‌ରେ ଟଙ୍କା ନେଇ ଯାଉଥିଲେ । ଏହି ସମୟରେ ପୂର୍ବରୁ ଥିବା ତିନି ଜଣ ଲୁଟେରା ଏକ ବାଇକରେ ଆସି କ୍ୟାସିଅର, ପିଓନ ଓ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଥିଲେ । ଏହା ପରେ ଫାଙ୍କା ଗୁଳି ଚାଳନା କରି ୧୯ ଲକ୍ଷ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ । ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦେଓଗାଁ ଫାଣ୍ଡି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ କୌଣସି ସୁରକ୍ଷାକର୍ମୀଙ୍କ ନ ନିଆଯାଇ ଟଙ୍କା ନିଆ ଯାଉଥିଲା ବୋଲି ଜଣାପଡ଼ିଛି । ଯାହାକି ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

  • Tags:

Subscribe

National International State Sports Entertainment