Home >
କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ହେବେ ଦେଶର ମୁଖ୍ୟ ଆର୍ଥିକ ପରାମର୍ଶଦାତା, ନେବେ ଅରବିନ୍ଦଙ୍କ ଜାଗା
Khabar Odisha:krishnamurthy-subramanian-appointed-new-chief-economic-adviser
ନୂଆଦିଲ୍ଲୀ, ଡିସେମ୍ବର ୦୭(ଖବର ଓଡ଼ିଶା):

 ସରକାର ଇଣ୍ଡିଆନ ସ୍କୁଲ ଅଫ ବିଜନେସର ପ୍ରଫେସର କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କୁ ନୂତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି। ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ। ଶୁକ୍ରବାର ଏକ ସରକାରୀ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। କୃଷ୍ଣମୂର୍ତ୍ତି ଅରବିନ୍ଦ ସୁବ୍ରମଣ୍ୟମଙ୍କ ଜାଗା ନେବେ। ଅରବିନ୍ଦ ସୁବ୍ରମଣ୍ୟମ ଚଳିତ ବର୍ଷ ଜୁଲାଇରେ ବ୍ୟକ୍ତିଗତ କାରଣ ପାଇଁ ଏହି ପଦରୁ ଇସ୍ତଫା ଦେଇଥିଲେ।

ବର୍ତ୍ତମାନ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ  ଇଣ୍ଡିଆନ ସ୍କୁଲ ଅଫ ବିଜନେସରେ ଫାଇନାନ୍ସ ଆସୋସିଏଟ ପ୍ରଫେସର ଓ  ସେଣ୍ଟର ଫର ଆନାଲିଟିକାଲର ସହାୟକ ନିର୍ଦ୍ଦେଶକ ଅଛନ୍ତି। ସୁବ୍ରମଣ୍ୟମ ଚିକାଗୋ ବୁଥରୁ ପିଏଚଡି ସହିତ  ଆଇଆଇଟି ଏବଂ ଆଇଆଇଏମରେ ଶିକ୍ଷାଲାଭ କରିଛନ୍ତି। ସୁବ୍ରମଣ୍ୟମଙ୍କ ଗଣତି ଦୁନିଆର ଉଚ୍ଚକୋଟୀର ବ୍ୟାଙ୍କିଙ୍ଗ, କର୍ପୋରେଟ୍, ଗଭର୍ଣ୍ଣେସ ଓ ଅର୍ଥନୀତି ପଲିସିର ବିଶେଷଜ୍ଞ ରୂପେ ହୋଇଥାଏ। 

ପୂର୍ବେ ସେବିର କର୍ପୋରେଟ୍ ଗଭର୍ଣ୍ଣେସର ବିଶେଷଜ୍ଞ କମିଟି ଓ ଆରବିଆଇ ପାଇଁ ବ୍ୟାଙ୍କର ଗଭର୍ଣ୍ଣେସର   କମିଟିର ସଦସ୍ୟ ଭାବେ ସେ କାମ କରିଥିଲେ। ଏହା ସହିତ କର୍ପୋରେଟ୍ ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସେ ଅନେକ କାମ କରିଛନ୍ତି। ଏହି ସବୁ କ୍ଷେତ୍ରରେ ନିଷ୍ଠାପର କାମ କରିଥିବା କାରଣରୁ ତାଙ୍କୁ ଆଜି ମୁଖ୍ୟ ଆର୍ଥିକ ପରାମର୍ଶଦାତା ପଦ ପାଇଁ ଚୟନ କରାଯାଇଛି। 

ସୁବ୍ରମଣ୍ୟମ ବିକଳ୍ପ ନିବେଶ ନୀତି, ପ୍ରାଥମିକ ବଜାର, ମାଧ୍ୟମିକ ବଜାର ଓ ରିସର୍ଚ୍ଚ ଉପରେ ଗଠିତ ସେବିର କମିଟିରେ ସଦସ୍ୟ ରୂପେ କାର୍ଯ୍ୟ କରିଛନ୍ତି।  ଏକାଡେମୀକ କ୍ୟାରିୟର ଆରମ୍ଭ କରିବା  ପୂର୍ବରୁ  ସୁବ୍ରମଣ୍ୟମ ନ୍ୟୁୟର୍କରେ ଜେପି ମର୍ଗାନ ଚେଜ ସହିତ ପରାମର୍ଶଦାତା ଭାବେ କାମ କରିଛନ୍ତି।  ସେ ଆଇସିଆଇଆଇସିର ଏଲାଇଟ ଡେରିଭେଟିଭ୍ସ ଗ୍ରୁପରେ ମ୍ୟାନେଜମେଣ୍ଟର ଭୂମିକାରେ ମଧ୍ୟ କାର୍ଯ୍ୟ କରିଛନ୍ତି। 

Subscribe

National International State Sports Entertainment