Home >
ଆଜି ରାଜ୍ୟ ସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ!, ମଣିପୁରରେ ଧାରା ୧୪୪
Khabar Odisha:Nation-rajya-Sabha-Citizenship-Amendment-Bill-to-be-tabled-in-Rajya-Sabha-today-tension-mounts-in-Northeast

ନୂଆଦିଲ୍ଲୀ, ଫେବୃୟାରୀ ୧୨ (ଖବର ଓଡ଼ିଶା): ରାଜ୍ୟସଭାରେ ମଙ୍ଗଳବାର ନାଗରିକତା ସଂଶୋଧନ ବିଧେୟକ ଆଗତ ହୋଇପାରେ । ଏହି ବିଲ ଲୋକସଭାରେ ଗତ ଜାନୁଆରୀ ୮ରେ ଆଗତ ହେବା ପରେ ରାଜ୍ୟସଭାକୁ ପଠାଯାଇଥିଲା । ମାତ୍ର ବିଲ ରାଜ୍ୟସଭାରେ ପାସ ହେବା ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ ହେଉଛି । ଉତ୍ତର ଭାରତରେ ଏହା ଅଧିକ । 

ମଣିପୁରର ପଶ୍ଚିମ ଜିଲ୍ଲାରେ ସ୍ଥିତି ଖରାର ସ୍ତରକୁ ଯାଇଛି । ଏଠାରେ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଧାରା ୧୪୪ ଜାରି କରାଯାଇଛି । ମଣିପୁରରେ ବିଭିନ୍ନ ସଂଗଠନ ପକ୍ଷରୁ ନାଗରିକତା ସଂଶୋଧନ ବିଲ, ୨୦୧୬କୁ ବିରୋଧ କରାଯାଉଛି । ଫଳରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମିଜୋରାମରେ ମଧ୍ୟ ମଧ୍ୟ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । 

ଉତ୍ତର ଭାରତର ୨ ଜଣ ମୁଖ୍ୟମନ୍ତ୍ରୀ- ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟରେ ଏହି ବିଲ ପାସ ନହେବାକୁ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ଏହି ବିଲ ଆଗତ ହେବା ପରେ ଅଣ ମୁସଲିମ ବାଂଲାଦେଶୀ, ପାକିସ୍ତାନ ଏବଂ ଆଫଗାନିସ୍ତାନର ଲୋକଙ୍କୁ ସୁବିଧା ହେବ । ବର୍ତ୍ତମାନ ସ୍ଥିତିରେ ଭାରତର ନାଗରିକତା ହାସଲ କରିବା ପାଇଁ ୧୨ ବର୍ଷ ଲାଗୁଥିଲେ, ବିଲ ପାସ ହେବା ପରେ ୬ ବର୍ଷରେ ଏହି କାମ ହେବ । 

 

  • Tags:

Subscribe

National International State Sports Entertainment