Home >
ଅଘୋଷିତ ବିଦ୍ୟୁତ୍‌ କାଟ୍‌ ପ୍ରତିବାଦରେ ୧୨ ଘଂଟିଆ ତେଲକୋଇ ବନ୍ଦ
Khabar Odisha:Keonjhar-12-hours-Telkoi-Band-to-protest-power-cut
କେନ୍ଦୁଝର,ମେ ୧୫- ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । କୌଣସି ସୂଚନା ନ ଦିଆଯାଇ ବାରମ୍ବାର ବିଦ୍ୟୁତ୍‌ କାଟ୍‌ କରାଯାଉଛି । ଅସହ୍ୟ ଗରମରେ ଏଭଳି ବିଦ୍ୟୁତ୍‌ କାଟ୍‌ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ କରି ଦେଇଛି । ଏହାର ପ୍ରତିବାଦରେ ଲୋକମାନେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ।
 
ଆନ୍ଦୋଳନକାରୀ ଜଗମୋହନପୁରର ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହା ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଘଂଟା ଘଂଟା ଧରି ଅଘୋଷିତ ବିଦ୍ୟୁତ କାଟକୁ ବନ୍ଦ କରିବା ଏବଂ ଏହାର ସ୍ଥାୟୀ ସମାଧାନ ପାଇଁ ଲୋକମାନେ ଦାବି କରିଛନ୍ତି ।
  • Tags:

Subscribe

National International State Sports Entertainment