Home >
ହକି ବିଶ୍ୱକପ୍: ବିଶୃଙ୍ଖଳା ଆଚରଣ ପାଇଁ ଜଣେ ପାକିସ୍ତାନ ଖେଳାଳି ନିଲମ୍ବିତ
Khabar Odisha:Hockey-World-cup
ଭୁବନେଶ୍ୱର, ୦୬ ଡିସେମ୍ବର(ଖବର ଓଡ଼ିଶା):

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲୁଥିବା ହକି ବିଶ୍ୱକପରେ ବିଶୃଙ୍ଖଳା ଆଚରଣ ପାଇଁ ଜଣେ ପାକିସ୍ତାନ ଖେଳାଳିଙ୍କୁ ନିଲମ୍ବନ କରାଯାଇଛି। ପାକିସ୍ତାନର ଅମଦ ବଟଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ମାଲେସିଆ ବିପକ୍ଷ ମ୍ୟାଚରେ ଅମଦ ବିଶୃଙ୍ଖଳା ଆଚରଣ କରିଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷେ ଏହି ନିଲମ୍ବନ ପ୍ରତ୍ୟାହାର ପାଇଁ ପାକିସ୍ତାନ ଟିମ୍ କର୍ତ୍ତୃପକ୍ଷ ଆବେଦନ କରିଛନ୍ତି। ତେବେ ଏହି ଆବେଦନ ଉପରେ ଶନିବାର ହକି ଇଣ୍ଡିଆ ଫେଡେରେସନ ନିଷ୍ପତି ନେବ ବୋଲି ଜଣାପଡ଼ିଛି।   

Subscribe

National International State Sports Entertainment