Home >
ଆଗାମୀ ବର୍ଷ ମାର୍ଚ୍ଚ ସୁଦ୍ଧା ସବୁ ଜିଲ୍ଲାରେ ହେବ ଡ଼୍ରାଇଭିଂ ଟେଷ୍ଟିଂ ଟ୍ରାକ୍
Khabar Odisha:Driving-testing-track-in-all-district
ଭୁବନେଶ୍ୱର, ଜୁଲାଇ ୧୨(ଖବର ଓଡ଼ିଶା) :

 ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ନିର୍ମାଣ ହେବ ଡ଼୍ରାଇଭିଂ ଟେଷ୍ଟିଂ ଟାକ୍ । ୫ ଏକର ଯାଗାରେ ଏହା ନିର୍ମାଣ ହେବ । ୨୦୧୯ ମାର୍ଚ୍ଚ ସୁଦ୍ଧା ଟ୍ରାକ ନିର୍ମାଣ ଶେଷ ହେବ ବୋଲି ବାଣିଜ୍ୟ ଓ ପରିବହନ ସଚିବ ଜି.ଶ୍ରୀନିବାସ ସୂଚନା ଦେଇଛନ୍ତି ।

କେତେକ ଜିଲ୍ଲାରେ ଡ଼୍ରାଇଭିଂ ଟେଷ୍ଟିଂ ଟ୍ରାକ୍ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବାବେଳେ ଅନ୍ୟ କେତେକ ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁ ରହିଥିବା ଶ୍ରୀନିବାସ କହିଛନ୍ତି । ଟ୍ରାକ ନିର୍ମାଣ ଚାଲିଥିବା ଜିଲ୍ଲା ଗୁଡ଼ିକ ମଧ୍ୟରେ ଅଛନ୍ତି ଅନୁଗୋଳ, ବରଗଡ଼, ବଲାଙ୍ଗୀର, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୁଆପଡ଼ା, ସମ୍ବଲପୁର ଆଉ ସୁନ୍ଦରଗଡ଼ । ଏଠାରେ ଟ୍ରାକ୍ ନିର୍ମାଣ ସରିବା ପରେ ଅଟୋମେଟିକ ମେସିନ ଲଗାଯିବ । ଡ଼୍ରାଇଭରମାନଙ୍କ ଦକ୍ଷତାକୁ ଦେଖି ଡ଼୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ ।

ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ବେପରୁଆ ଗାଡ଼ି ଚାଳନା କାଳ ହୋଇଛି । ଏଣିକି ଡ଼୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥାକୁ ମାନୁଆଲ ନକରି ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରିବା ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଡ଼୍ରାଇଭିଂ ଲାଇସେନ୍ସ ଦେବା ପୂର୍ବରୁ ଗାଡ଼ି ଚାଳନା ଜନିତ ଦକ୍ଷତାକୁ ମାପ କାଠି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । 

  • Tags:

Subscribe

National International State Sports Entertainment