ଯବାନଙ୍କ ପ୍ରତିଶୋଧ ପାଇଁ ଛାତ୍ରଛାତ୍ରୀ ମୋଦିଙ୍କୁ ଦେଲେ ୧ କିମି ଲମ୍ବା ପତ୍ର
Khabar Odisha:student-wrote-1-kilometer-long-letter-to-pm-modi
ନୂଆଦିଲ୍ଲୀ, ମଇ ୩(ଖବର ଓଡିଶା): ଯବାନଙ୍କ ସହ ହୋଇଥିବା ବର୍ବରତାର ପ୍ରତିଶୋଧ ନେବା ପାଇଁ ସ୍କୁଲର ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୧ କିଲୋମିଟର ଲମ୍ବାର ଏକ ଚିଠି ଲେଖିଛନ୍ତି । ଛାତ୍ରଛାତ୍ରୀ ଯବାନଙ୍କ ପାଇଁ ମୋଦିଙ୍କ ଠାରୁ ନ୍ୟାୟ ମାଗିଛନ୍ତି ।
 
ଛାତ୍ରମାନେ ପତ୍ରରେ ଲେଖିଛନ୍ତି କି ଆମ ଦେଶର ଯବାନମାନଙ୍କ ବଳିଦାନ ବ୍ୟର୍ଥ ନହେଉ । ପ୍ରଧାନମନ୍ତ୍ରୀ ବହୁ କଠୋର ପଦକ୍ଷେପ ଏଥିପାଇଁ ନିଅନ୍ତୁ । ଯାହାଦ୍ୱାରା ପାକିସ୍ତାନ ପୂର୍ନବାର ଏପରି କରିବାକୁ ଯେପରି ଚିନ୍ତା କରିବନି । ଆମ ଯବାନ୍‌ଙ୍କ ଗୋଟିଏ ମୁଣ୍ଡ ବଦଳରେ ପାକିସ୍ତାନ ସେନାଙ୍କ ୧୦ଟି ମୁଣ୍ଡ କଟିବା ଦରକାର । ପାକିସ୍ତାନକୁ ତାରି ଭାଷାରେ ବୁଝାଇବାର ସମୟ ଆସି ଯାଇଛି ।
 
ଆଉ ପାକିସ୍ତାନର ଘୃଣ୍ୟ ଷଡଯନ୍ତ୍ରକୁ ସଫଳ ହେବାକୁ ଦେବାନି । କେତେ ଦିନ ପର୍ୟ୍ୟନ୍ତ ଆମ ଯବାନ ଏପରି ମୃତ୍ୟୁକୁ ସାମ୍ନା କରିବେ । ଯଦି ଆଜି ଆମେ କିଛି ପଦକ୍ଷେପ ନେବାନି ତେବେ ଏହାର ଫାଇଦା ପାକିସ୍ତାନ ଉଠାଇବ । ଯଥାଶୀଘ୍ର ପାକିସ୍ତାନ ବିରୁଦ୍ଧରେ କାର୍ୟ୍ୟନୁଷ୍ଠାନ ନିଆଯାଉ ବୋଲି ମୋଦିଙ୍କୁ ପତ୍ରରେ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ।
  • Tags:

Subscribe

National International State Sports Entertainment