ଆଦର୍ଶ ବିଦ୍ୟାଳୟ ସିଟ୍‌ ତୁଳନାରେ ଚାହିଦା ଅଧିକ, ୧୨୮୦ ସ୍ଥାନ ପାଇଁ ପ୍ରବେଶିକା ଦେଲେ ୬୮୦୦
Khabar Odisha:student-interested-in-model-schools
ସିବିଏସ୍‌ଇ ପାଠ୍ୟକ୍ରମ ଢ଼ାଞ୍ଚାରେ ଓଡିଶା ସରକାର ଖୋଲିଛନ୍ତି ଆଦର୍ଶ ବିଦ୍ୟାଳୟ । ଗଞ୍ଜାମ ଜିଲ୍ଲାରେ ଏପରି ଆଦର୍ଶ ବିଦ୍ୟାଳୟ ସଂଖ୍ୟା ୧୬ ଏଥିରେ ୧୨୮୦ ଜଣ ବିଦ୍ୟାର୍ଥି ନାମ ଲେଖାଇପାରିବେ । ଚଳିତ ବର୍ଷ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ  ବୁଧବାର ପ୍ରବେଶିକା ପରୀକ୍ଷା ପରିଚାଳନା କରାଯାଇଥିଲା । ଏଥିରେ ୬୮୦୦ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିବା ଜଣାଯାଇଛି । 
 
ବାଉରୀ ପଣ୍ଡା ପଲ୍ଲୀ ଆଦର୍ଶ ବିଦ୍ୟାଳୟରେ ସର୍ବାଧିକ ଆଶାୟୀ ପ୍ରବେଶିକା ଦେଇଥିବା ଜଣାଯାଇଛି । ୮୦ ଜଣ ଛାତ୍ରଙ୍କୁ ଗ୍ରହଣ କରିପାରିବା ଭଳି ସାମର୍ଥ୍ୟ ଥିବା ଏହି ବିଦ୍ୟାଳୟରେ ୮୬୭ ଜଣ ଆଶାୟୀ ଆବେଦନ କରିଥିବା ଜଣାଯାଇଛି । ଆବେଦନ କରିଥିବା ବିଦ୍ୟାଳୟଗୁଡିକରେ ପ୍ରବେଶିକା ପରୀକ୍ଷାର ଆୟୋଜନ କରାଯାଇଥିବାରୁ ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା ହୋଇଥିବା କହିଛନ୍ତି ଜିଲ୍ଳା ଶିକ୍ଷା ଅଧିକାରୀ ସନାତନ ପଣ୍ଡା । 
 
ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟର ୩୧୪ ବ୍ଳକ୍‌ରେ ୬୦୦୦ ଆଦର୍ଶ ବିଦ୍ୟାଳୟ ଖୋଲାଯିବ ଏବଂ ଏଥିପାଇଁ ୨୬୨୮.୫୧ କୋଟି ଖର୍ଚ୍ଚ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ୨୫୦୦ ବିଦ୍ୟାଳୟ ଟାଟା, ଜିନ୍ଦଲ, ଓଏମ୍‌ସି ସହ ପିପିପି ମୋଡ୍‌ରେ ପରିଚାଳନା କରାଯିବ ଏବଂ ଶିକ୍ଷା ଦୃଷ୍ଟିରୁ ପଛୁଆ ବ୍ଲକ୍‌ଗୁଡିକରେ ରାଜ୍ୟ ସରକାର ୨୫୦୦ ବିଦ୍ୟାଳୟ ଖୋଲିବେ । କିନ୍ତୁ ପଛୁଆ ଅଞ୍ଚଳ ଭାବେ ଚିହ୍ନିତ ବ୍ଲକ୍‌ଗୁଡିକରେ ଆବଶ୍ୟକୀୟ ଆଦର୍ଶ ବିଦ୍ୟାଳୟ କାର୍ୟ୍ୟକାରୀ ହୋଇ ନଥିବା ବେଳେ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥା ଥିବାରୁ ଗ୍ରାମାଞ୍ଚଳ ଓ ନଗରାଞ୍ଚଳ ପିଲାଙ୍କ ମଧ୍ୟରେ ଆଦର୍ଶ ବିଦ୍ୟାଳୟଗୁଡିକରେ ନାମଲେଖା ପାଇଁ ଚାହିଦା ବଢ଼ିବାରେ ଲାଗିଛି।
 
ପ୍ରାଥମିକ ବିଦ୍ୟାଳୟଗୁଡିକରେ ପାଣି, ପାଇଖାନା, ବାଉଣ୍ଡରୀ ଓ୍ୱାଲ୍‌, ଲାଇବ୍ରେରୀ, ଖେଳ ପଡିଆର ବ୍ୟବସ୍ଥା ନଥିବା ବେଳେ ସରକାର ଆଦର୍ଶ ବିଦ୍ୟାଳୟର ସ୍ୱପ୍ନ ଦେଖାଉଛନ୍ତି । ଏହାର ସମୁଦାୟ ଚାହିଦାର ପାଞ୍ଚଭାଗରୁ ଭାଗେ ମଧ୍ୟ ପୂରଣ କରିବେ କି ନାହିଁ ସନ୍ଦେହ ଘେରରେ ।
  • Tags:

Subscribe

National International State Sports Entertainment