ନିଟ୍‌ ପ୍ରବେଶିକା ପରୀକ୍ଷା ପାଇଁ ସିବିଏସ୍‌ଇ ଜାରି କଲା ନୂଆ କଟକଣା
Khabar Odisha:neet-exam-new-rules
ନୂଆଦିଲ୍ଲୀ, ମେ ୬(ଖବର ଓଡିଶା): ଦେଶ ସାରା ମେଡିକାଲ୍‌ କଲେଜ୍‌ରେ ଏମ୍‌ବିବିଏସ୍‌ ଓ ଡେଣ୍ଟାଲ୍‌ ପାଠ୍ୟକ୍ରମରେ ଆଡ୍‌ମିଶନ ନେବା ପାଇଁ ସିବିଏସ୍‌ଇର ପ୍ରବେଶିକା ପରୀକ୍ଷା ନିଟ୍‌ ଆସନ୍ତା ମେ୭ ରବିବାର ହେବ । ବୋର୍ଡ ଏଥିପାଇଁ ଡ୍ରେସ୍‌ କୋଡ୍‌ ସହ ଅନ୍ୟ କିଛି ନୂତନ କଟକଣାମାନ ଜାରି କରିଛି । ଶାଢ଼ି ପିନ୍ଧିକି କୌଣସି ଛାତ୍ରୀ ପରୀକ୍ଷା ଦେଇ ପାରିବେନି ବୋଲି ଏଥର ନିୟମ କରାଯାଇଛି । ଏହା ସହ କୌଣସି ଛାତ୍ରୀ ମେହେନ୍ଦି ଲଗାଇଥିଲେ ପରୀକ୍ଷା ଦେବାରୁ ବଞ୍ଚିତ ହେବେ। ଛାତ୍ରଛାତ୍ରୀମାନେ ଚପ୍ପଲ, ସାଣ୍ଡେଲ୍‌, ହାଫ୍‌ ଟି ସାର୍ଟ ଅଥବା ଫୁଲ୍‌, ଟ୍ରାଉଜର୍‌, ପ୍ଲାଜୋ, ସାଲ୍‌ଓ୍ୱାର, କୁର୍ତ୍ତି, ଟପ୍‌ ପିନ୍ଧି ପରୀକ୍ଷା ଦେବାକୁ ଯାଇପାରିବେ ।
 
ନିଟ୍‌ ପ୍ରବେଶିକା ପରୀକ୍ଷା ପାଇଁ ସିବିଏସ୍‌ଇ ବିଶେଷ ଏକ ପେନ୍‌ ତିଆରି କରିଛି । ପରୀକ୍ଷା ସେଣ୍ଟର୍‌ ମଧ୍ୟରେ ପ୍ରବେଶ କରି ଆଡ୍‌ମିଟ୍‌ କାର୍ଡ ଦେଖାଇବା ପରେ ଛାତ୍ରଛାତ୍ରୀଙ୍କୁ ପେନ୍‌ ଦିଆଯିବ । ଛାତ୍ରଛାତ୍ରୀ ବାହାରୁ ପେନ୍‌ସିଲ ମଧ୍ୟ ନେଇ ଯାଇପାରିବେ ନାହିଁ । ବିବାହିତ ମହିଳାମାନେ ମଙ୍ଗଳସୂତ୍ର ପିନ୍ଧି ପାରିବେ । କୌଣସି ପ୍ରକାର କ୍ରେଡିଟ୍‌, ଡେବିଟ୍‌ କାର୍ଡ, ତାବିଜ, ବ୍ରେସ୍‌ଲେଟ୍‌ ଛାତ୍ରଛାତ୍ରୀ ନିଜ ପାଖରେ ରଖି ପାରିବେ ନାହିଁ । ଲକେଟ୍‌, ଯୋତା, ଖରା ପାଇଁ ବ୍ୟବହୃତ ଚଷମା, ହେୟାର୍‌ କ୍ଲିପ୍‌, ଚୁଡି ଆଦି ବସ୍ତୁର ମଧ୍ୟ ପରୀକ୍ଷା ହଲ୍‌ରେ ପ୍ରବେଶ ନାହିଁ ।
 
ଏହି ସବୁ ନିୟମର ପାଳନ ନହୋଇଥିଲେ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ । ସିବିଏସ୍‌ଇ କପି ରୋକିବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି । ଚଳିତ ବର୍ଷର ନିଟ୍‌ ପରୀକ୍ଷା ଇଂରାଜୀ ଭାଷା ଛଡା ହିନ୍ଦୀ, ଆସାମି, ବଙ୍ଗଳା, ଗୁଜୁରାଟୀ, ମରାଠୀ, କନ୍ନଡ, ଓଡିଆ, ତାମିଲ ଓ ତେଲୁଗୁରେ ହେବ । 
 
  • Tags:

Subscribe

National International State Sports Entertainment