ଇନ୍‌ଷ୍ଟାଗ୍ରାମ୍‌ରେ ଆଇଏସ୍‌ଆଇଏସ୍‌ ସଙ୍ଗଠନ, ତୁରନ୍ତ କରାଗଲା ଡିଲିଟ୍‌
Khabar Odisha:isis-created-account-on-instagram-deleted
ନୂଆଦିଲ୍ଲୀ, ମେ ୧୩(ଖବର ଓଡିଶା): ଦୁନିଆର ସବୁଠାରୁ ଭୟଙ୍କର ଓ କୁଖ୍ୟାତ ଆତଙ୍କି ସଙ୍ଗଠନ ଆଇଏସ୍‌ଆଇଏସ୍‌ ଯୁବବର୍ଗଙ୍କୁ ଶିକାର କରିବା ପାଇଁ ସୋସିଆଲ ମିଡିଆକୁ କରିଛି ଅସ୍ତ୍ର । ନିକଟରେ ଏହି ଆତଙ୍କି ସଙ୍ଗଠନ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଆକାଉଣ୍ଟ ଖୋଲିଥିଲା । ଆକାଉଣ୍ଟ ଖୋଲିବାର କିଛି ସମୟ ପରେ ତାହା ଇନ୍‌ଷ୍ଟାଗ୍ରାମ୍‌ ତରଫରୁ ବନ୍ଦ କରି ଦିଆଗଲା । ଆଇଏସ୍‌ର ଖବର ଛାପୁଥିବା ସଂସ୍ଥା ଏହି କଥାର ପୃଷ୍ଟି କରିଛନ୍ତି ।
 
ଏକ ସଂସ୍ଥା କିଛି ଦିନ ପୂର୍ବରୁ ଟେଲିଗ୍ରାମ ଆପ୍‌ ଦ୍ୱାରା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟର ପ୍ରଚାର କରିଥିଲା । ସଂସ୍ଥା କହିଥିଲା କି ଏହା ଏକ ପ୍ରୟୋଗ ଯାହାଦ୍ୱାରା ଅଧିକରୁ ଅଧିକ ଲୋକଙ୍କ ପାଖରେ ଆଇଏସ୍‌ର ସୂଚନା ପହଞ୍ଚା ଯାଇପାରିବ । ମାତ୍ର ଇନ୍‌ଷ୍ଟାଗ୍ରାମ ପକ୍ଷରୁ ଏହି ଆକାଉଣ୍ଟକୁ ଡିଲିଟ୍‌ କରି ଦିଆଯାଇଛି । ଇନ୍‌ଷ୍ଟାଗ୍ରାମ୍‌ର ପ୍ରବକ୍ତା କହିଛନ୍ତି କି ଆତଙ୍କବାଦି ଓ ସେମାନଙ୍କ ଗତିବିଧି ଉପରେ ଯଦି ଆମକୁ କିଛି ସୂଚନା କୌଣସି ଆକାଉଣ୍ଟରୁ ମିଳେ, ତେବେ ଆମେ ତୁରନ୍ତ ଉକ୍ତ ଆକାଉଣ୍ଟକୁ ବନ୍ଦ କରିଦେଉ।
 
କିଛିଦିନ ପୂର୍ବରୁ ଆଇଏସ୍‌ଆଇଏସ୍‌ ସଙ୍ଗଠନ ଫେସ୍‌ବୁକ୍‌ରେ ମଧ୍ୟ ଦୁଇଟି ଆକାଉଣ୍ଟ କରିଥିଲେ । ସେହି ଦୁଇ ଆକାଉଣ୍ଟକୁ ମଧ୍ୟ ସନ୍ଦିଗ୍ଧ ବିଚାର କରାଯାଇ ଫେସ୍‌ବୁକ୍‌ ପକ୍ଷରୁ ବନ୍ଦ କରି ଦିଆଯାଇଥିଲା । ଇନ୍‌ଷ୍ଟାଗ୍ରାମ୍‌ରେ ଆଇଏସ୍‌ର ଆକାଉଣ୍ଟ ବନ୍ଦ ହେବା ପୂର୍ବରୁ ପାଖାପାଖି ଶହେ ଲୋକ ଉକ୍ତ ପ୍ରୋଫାଇଲ୍‌କୁ ସର୍ଚ୍ଚ କରିଥିଲେ । କଥିତ ଆକାଉଣ୍ଟରେ ଆତଙ୍କବାଦୀଙ୍କ ଆକ୍ରମଣ ଓ ବୟାନ ଫଟୋ ଦିଆଯାଇଥିଲା । ଆଇଏସ୍‌ଆଇଏସ୍‌ ଆତଙ୍କି ସଙ୍ଗଠନ ଟୁଇଟର୍‌ରେ ଆକାଉଣ୍ଟ ମଧ୍ୟ ଖୋଲିଥିବାର ସନ୍ଦେହ କରାଯାଉଛି ।
  • Tags:

Subscribe

National International State Sports Entertainment