ସୂର୍ଯ୍ୟମିତ୍ର ଯୋଜନାରେ ୨୫ ହଜାର ଯୁବବର୍ଗଙ୍କୁ ଯୋଗୀ ଦେବେ ସରକାରୀ ଚାକିରୀ
Khabar Odisha:first-job-vacancy-in-yogi-government
ଲକ୍ଷ୍ନୌ,ଏପ୍ରିଲ୧୩(ଖବର ଓଡିଶା): ମନ୍ତ୍ରୀ ଓ ଅଧିକାରୀଙ୍କ ସହ ସବୁଦିନ ଚର୍ଚ୍ଚା କରି ଯୋଗୀ ଆଦିତ୍ୟନାଥ ଏବେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁସାରେ ଯୋଗୀ ସୂର୍ଯ୍ୟମିତ୍ର ନାମକ ଏକ ନିଯୁକ୍ତି ଯୋଜନା ଆଣୁଛନ୍ତି । ଏହା ଯୋଗୀ ସରକାରଙ୍କ ପ୍ରଥମ ନିଯୁକ୍ତି ଯୋଜନା ହେବ ଯେଉଁଥିରେ ସେ ୨୫ ହଜାର ଯୁବବର୍ଗଙ୍କୁ ସରକାରୀ ଚାକିରୀ ଦେବେ । କୁହାଯାଉଛି ଏହାର ବିଜ୍ଞପ୍ତି ମଇ ମାସର ପ୍ରଥମ ସପ୍ତାହ ଆଡକୁ ଆସିଯିବ ।

ସରକାରୀ ବିଭାଗ ତରଫରୁ କୁହାଯାଇଛି ଏହି ଯୋଜନାରେ ପ୍ରଥମେ ୧୦ ହଜାରଟି ନିଯୁକ୍ତି ଦିଆଯିବ । ତୃତୀୟ ସପ୍ତାହ ଭିତରେ ସବୁ ପ୍ରକ୍ରିୟା ସାରିବା ସହ ପରୀକ୍ଷା କରାଯିବ । ପରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ନିଯୁକ୍ତି ଦିଆଯିବ । ସୂର୍ଯ୍ୟମିତ୍ର ନିଯୁକ୍ତି ଯୋଜନାଟି ୟୁପିନେଡା ବିଭାଗର । ଯେଉଁଥିରେ ସୋଲାର ପାଓ୍ୱାର ପ୍ଲାଣ୍ଟ ବି ଆସିଥାଏ । ଏହି ଯୋଜନାରେ ଗ୍ରୁପ୍‌ ଏ, ଗ୍ରୁପ୍‌ ବି, ଗ୍ରୁପ୍‌ ସି ଛଡା ମାର୍କେଟିଂ ସମ୍ବନ୍ଧୀୟ କାର୍ଯ୍ୟରେ ମଧ୍ୟ ନିଯୁକ୍ତି ଦିଆଯିବ । 

ଏହି ସୂର୍ଯ୍ୟମିତ୍ର ଯୋଜନାଟି ବହୁ ଚର୍ଚ୍ଚାରେ ଅଛି । ପ୍ରଥମଥର ପାଇଁ କିଛି ନିଯୁକ୍ତି ଯୋଜନାର ନାମ ଏପରି ପ୍ରକୃତି ସହ ଯୋଡା ଯାଇ ରଖାଯାଇଛି । ଯୋଗୀ କହିଛନ୍ତି ଏହାର କାର୍ଯ୍ୟ ପ୍ରାକୃତିକ ଉର୍ଜା ସହ ସମ୍ବନ୍ଧିତ । ସୂର୍ଯ୍ୟଙ୍କୁ ବ୍ୟବହାର କରି ବିଜୁଳି କଢ଼ାଯାଇ ଏହି ପ୍ରକଳ୍ପ କାର୍ଯ୍ୟ ହେଉଛି । ତେଣୁ ଏହାର ନାମ ସୂର୍ଯ୍ୟମିତ୍ର ରଖାଯାଉ ।
  • Tags:

Subscribe

National International State Sports Entertainment