ଫୁଟ୍‌ପାଥ ଲୋକଙ୍କ ଉପରେ ପୁଣି ଚଢ଼ିଲା ଗାଡି, ଗାଡି ଚାଳକ ଦ୍ୱାଦଶ ଶ୍ରେଣୀର ଛାତ୍ର
Khabar Odisha:a-car-ran-over-them-near-delhi-s-kashmiri-gate
ନୂଆଦିଲ୍ଲୀ, ଏପ୍ରିଲ ୨୧(ଖବର ଓଡିଶା): ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର କାଶ୍ମୀର ଗେଟ୍‌ର ଫୁଟ୍‌ପାଥ ଶୋଇଥିବା ଦୁଇ ବ୍ୟକ୍ତିଙ୍କ ଉପରେ କାର୍‌ ଚଢ଼ାଇଛନ୍ତି। ଏହି ଦୂର୍ଘଟଣାରେ ଉକ୍ତ ଦୁଇ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଦୂର୍ଘଟଣା ଘଟାଇ ଥିବା କାର୍‌ରେ ତିନି ଜଣ ପିଲା ଥିଲେ । ସମସ୍ତଙ୍କୁ ଗିରଫ କରାଯାଇଛି ।
 
ସୂଚନା ଅନୁସାରେ ଏହି ଦୂର୍ଘଟଣା ଗୁରୁବାର ସକାଳ ୫.୪୫ ବେଳକୁ ଘଟିଛି । କାର୍‌ରେ ଥିବା ତିନି ଜଣ ପିଲା ଦ୍ୱାଦଶ ଶ୍ରେଣୀର ଛାତ୍ର ବୋଲି ଜଣା ପଡିଛି । ଏହି ଛାତ୍ର ତିନି ଜଣ ଦିଲ୍ଳୀର ଏକ ନାମକରା ସ୍କୁଲରେ ପାଠ ପଢ଼ନ୍ତି । ପୋଲିସ କହିବାନୁସାରେ ଦୁଇ ଜଣ ଛାତ୍ର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଡ୍ରାଇଭର୍‌କୁ ଗିରଫ କରାଯାଇଛି । କିଛି ସମୟ ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସବୁ ଅଭିଯୁକ୍ତଙ୍କ ଡାକ୍ତରୀ ଯାଞ୍ଚ କରାଯିବା ବୋଲି ପୋଲିସ କହିଛି । 
 
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି କି ଆଇ ଟ୍ୱେଣ୍ଟି କାର୍‌ଟି ବହୁତ ସ୍ପିଡ୍‌ରେ ଆସୁଥିଲା । ଏହାକୁ ଏକ ବାଳକ ଚଲାଉଥିଲା । କାର୍‌ଟି ତାଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଇ ଫୁଟ୍‌ପାଦ୍‌ରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ି ଯାଇଥିଲା । ଗତବର୍ଷ ଜୁଲାଇରେ ଏକ ମର୍ସଡିଜ୍‌ ହିଟ୍‌ ଆଣ୍ଡ ରନ୍‌ କେସ୍‌ରେ ଜଣେ ନାବାଳକଙ୍କୁ ଗିରଫ କରାଯାଇଥିଲା । ନାବାଳକ ଜଣକ କରିଥିବା ଦୂର୍ଘଟଣାରେ ଜଣେ ୩୨ ବର୍ଷୀୟ ଲୋକଙ୍କର ମୃତ୍ୟୁ ହୋଇଥିଲା । 
  • Tags:

Subscribe

National International State Sports Entertainment